ଭୁବନେଶ୍ବର: ନେତା ଚଳାଇଲେ ବନ୍ଧୁକ । କଥାଟି ଅଡୁଆ ଲାଗିଲେ ବି ସତ । କାହାକୁ ଆକ୍ରମଣ କରିବାକୁ ନୁହେଁ ବରଂ ସୁଟିଂ ରେଞ୍ଜରେ ଦିଆଯାଇଥିବା ଟାର୍ଗେଟକୁ ଲକ୍ଷ୍ୟ କରି ଗୁଳି ଚାଳନା କରିଛନ୍ତି । ରାଜନୀତି କରୁଥିବା ନେତା ତଥା ବିଧାୟକ ରାଇଫଲ ବା ବନ୍ଧୁକ ଚାଳନା କରୁଛନ୍ତି ।
ଓଡିଶା ରାଇଫଲ ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିବା 9ମ ରାଜ୍ୟ ସୁଟିଂ ଚାମ୍ପିୟାନସିପରେ ଭାଗ ନେଇଛନ୍ତି ସାଂସଦ ପ୍ରତାପ କେଶରୀ ଦେବ । ବିଜୁ ଜନତା ଦଳର ପୂର୍ବତନ ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ ଓ ତାଳଚେରର ବିଧାୟକ ବ୍ରଜ କିଶୋର ପ୍ରଧାନ ଏହି ଚାମ୍ପିୟନସିପରେ ଭାଗ ନେଇ ନିଜର ଦକ୍ଷତାର ପ୍ରଦର୍ଶନ କରିଛନ୍ତି ।