ଓଡିଶା

odisha

ETV Bharat / city

ଏମ୍ସର ହିନ୍ଦୀ ପ୍ରୀତି: ନିର୍ଦ୍ଦେଶିକାଙ୍କୁ ଭେଟିଲା ବିଜେଡି, ସରକାରଙ୍କୁ ଘେରିଲା ବିଜେପି - iims

ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକାଙ୍କୁ ସାକ୍ଷାତ କଲେ ବିଜେଡି ପ୍ରତିନିଧୀ ମଣ୍ଡଳୀ । ଓଡିଆ ଭାଷା ଗୁରୁତ୍ବ ପ୍ରସଙ୍ଗରେ ଆଲୋଚନା ହୋଇଛି । ତେବେ କ’ଣ କହିଲେ ନିର୍ଦ୍ଦେଶିକା ? ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଏମସରେ ହିନ୍ଦୀଭାଷା ପ୍ରସଙ୍ଗ
ଏମସରେ ହିନ୍ଦୀଭାଷା ପ୍ରସଙ୍ଗ

By

Published : Feb 22, 2020, 5:26 PM IST

Updated : Feb 22, 2020, 8:16 PM IST

ଭୁବନେଶ୍ବର: ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ସମସ୍ତ ପ୍ରଶାସନିକ କାର୍ଯ୍ୟକୁ ହିନ୍ଦୀ ଭାଷାରେ କାର୍ଯ୍ୟକାରୀକୁ ନେଇ ଉପୁଜିଥିବା ବିବାଦ ସାମାନ୍ୟ ପ୍ରଶମିତ ହୋଇଛି । ଏମ୍ସର ହିନ୍ଦୀ ପ୍ରୀତିକୁ ନେଇ ଶାସକ ଦଳ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଶନିବାର ସାଂସଦ ପୀନାକି ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧୀ ମଣ୍ଡଳୀ ଏମ୍ସ ଯାଇ ନିର୍ଦ୍ଦେଶିକା ବି. ଗୀତାଞ୍ଜଳିଙ୍କ ସହ ଆଲୋଚନା କରିଛନ୍ତି ।

ଭୁବନେଶ୍ବର ଏମ୍ସର ହିନ୍ଦୀ ପ୍ରୀତି: ନିର୍ଦ୍ଦେଶିକାଙ୍କୁ ସାକ୍ଷାତ କଲା ବିଜେଡି ପ୍ରତିନିଧି ମଣ୍ଡଳୀ

ସାକ୍ଷାତପରେ ସାଂସଦ ପିନାକୀ କହିଛନ୍ତି ରାଜ୍ୟବାସୀଙ୍କ ସୁବିଧା ଓ ଉନ୍ନତମାନର ଚିକିତ୍ସା ପାଇଁ ଏମ୍ସ ପ୍ରତିଷ୍ଠା ହୋଇଛି । ଆମ ଲୋକମାନେ ଉପକୃତ ହେଉଛନ୍ତି ମଧ୍ୟ । କିନ୍ତୁ ଏମ୍ସର ନିଷ୍ପତ୍ତି ସବୁ କାମ ହିନ୍ଦୀରେ କରିବା ପାଇଁ ଯେଉଁ ବିଜ୍ଞପନ ପ୍ରକାଶ ପାଇଛି ଦଳ ତାକୁ ବିରୋଧ କରୁଛି । ଓଡିଶାରେ ଓଡିଆ ଭାଷକୁ ଗୌଣ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପୀନାକି । ଓଡିଆ ଲୋକଙ୍କ ପାଇଁ ଏହା ଗ୍ରହଣୀୟ ନୁହେଁ । ପିନାକୀ ଆହୁରି କହିଛନ୍ତି ଯେହେତୁ ଭାଷାଭିତ୍ତିରେ ଓଡିଶା ଗଠନ ହୋଇଛି, ତେଣୁ ଓଡିଆ ଭାଷାକୁ ଅସମ୍ମାନ କେହିବି କଲେ ବିରୋଧ ହେବ । ହିନ୍ଦୀ ବଦଳରେ ଓଡିଆ ଇଂରାଜୀରେ କାମ କରିବାକୁ ବିଜେଡି ଦାବି କରିଛି । ଏନେଇ ପ୍ରତିନିଧୀ ମଣ୍ଡଳୀ ଏମ ନିର୍ଦ୍ଦେଶିକାଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଇଛି ।

ସେପଟେ ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି କହିଛନ୍ତି ଭୁବନେଶ୍ବର ଏମ୍ସରେ କେବଳ ହିନ୍ଦୀ ଭାଷା ପ୍ରଶାସନିକ କାର୍ଯ୍ୟ ପାଇଁ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ହିନ୍ଦୀ ମିଡିୟମରେ ପଢିଛନ୍ତି, କେବଳ ସେମାନଙ୍କ ପାଇଁ ଲାଗୁ ହେବ । ରୋଗୀଙ୍କ ପାଇଁ ଫର୍ମ ପୂରଣ ଓଡିଆ ଏବଂ ଇଂରାଜୀ ଭାଷାରେ ହିଁ ହେଉଛି । ଏମିତିକି ଡାକ୍ତରୀ ଏବଂ ନର୍ସିଂ ପିଲାଙ୍କୁ ଓଡିଆ ଭାଷା ଜାଣିବା ପାଇଁ ତାଲିମ ଦିଆଯାଉଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଜେଡି ଯେଉଁଭଳି ଢଙ୍ଗରେ ଏହି ପ୍ରସଙ୍ଗକୁ ନେଇ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିଛି ବିଜେପି । ଦଳର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଶାସକ ଦଳ ଯେଉଁ ପ୍ରଶ୍ନ ପଚାରୁଛି ସେହି ପ୍ରଶ୍ନ ତାଙ୍କୁ ପଚାରିବା ଦରକାର । 20 ବର୍ଷ ଶାସନ ସତ୍ତ୍ବେ ମୁଖ୍ୟମନ୍ତ୍ରୀ କାହିଁକି ଓଡିଆ କହିପାରୁନାହାଁନ୍ତି ବୋଲି ସେ ପ୍ରଶ୍ନ କରିବା ସହ ରାଜ୍ୟର ଶାସନ ଯଦି ଇଂରାଜିରେ ଚାଲୁଛି ଜାତୀୟସ୍ତରର ସଂସ୍ଥା ହିନ୍ଦୀରେ ଚାଲିଲେ ଅସୁବିଧା କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସେହିପରି କଂଗ୍ରେସ ବିଧାୟକ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଲୋକଙ୍କ ଅସୁବିଧା ହେଲେ ଆମେ ଏମ୍ସକୁ ଅଚଳ କରିଦେବୁ ।

ପନିକୀ ମିଶ୍ରଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦ ପିନାକୀ ମିଶ୍ର, ସସ୍ମିତ ପାତ୍ର, ସରୋଜିନୀ ହେମ୍ବ୍ରମ, ଶର୍ମିଷ୍ଠା, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Feb 22, 2020, 8:16 PM IST

ABOUT THE AUTHOR

...view details