ଭୁବନେଶ୍ବର:ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ବିରୋଧରେ ଗଣ ପ୍ରତିବାଦ ଆରମ୍ଭ ହୋଇଛି । ହାଜତ ମୃତ୍ୟୁ ପାଇଁ ଦାୟୀ ପୋଲିସ ଅଧିକାରୀ ଏବଂ ଏସପିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ବିଭିନ୍ନ ମାନବାଧିକାର ତଥା ବିଭିନ୍ନ ରାଜନୈତିକ ସଂଗଠନ ଓ ସାମାଜିକ ସଂଗଠନ ।
ବର୍ତ୍ତମାନ ଅଭୟଚାନ୍ଦପୁର ଥାନାରେ IIC ଥିବା ଜୀବନାନନ୍ଦ ଜେନା ପୂର୍ବରୁ ପୁରୀ ଜିଲ୍ଲାର ବାସେଳିସାହି ଥାନାରେ ଥିବାବେଳେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଥାନାକୁ ଆଣି ତାକୁ ଶାରୀରିକ ନିର୍ଯାତନା ଦେବା ଫଳରେ ସମ୍ପୃକ୍ତ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥିଲା । ସମ୍ପୃକ୍ତ ବ୍ୟକ୍ତିର ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ଫଳରେ ପୋଲିସ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର ନକରି ଅତ୍ୟନ୍ତ ତରବରିଆ ଭାବେ ପୋଡ଼ି ଦେଇଥିଲେ । ଅନୁରୂପ ଭାବେ ଅଭୟଚାନ୍ଦପୁର ଥାନାରେ ମନୋରଞ୍ଜନଙ୍କୁ ମଧ୍ୟ ପୋଲିସ ନିର୍ଯାତନା ଦେଇ ମାରି ଦେଇଥିବାର ଅଭିଯୋଗ ହୋଇଛି ।