ଭୁବନେଶ୍ବର:ବେଟିଂ ବେଳେ କମିସନରେଟ ପୋଲିସର ସେଟିଂ, ଉପର ଅଫିସର ଲିଙ୍କ୍ । ଥାନାରୁ ଚୋରା ଗାଡି ବିକ୍ରି ,ନିଶା ମାଫିଆଙ୍କଠୁ ବଟି, ବିଲଡ଼ରଙ୍କଠୁ ମାସିକ କଲେକ୍ସନ। ଏଥିସହ ପେଟ୍ରୋଲ ପମ୍ପ ,ବାର ,ଶିଳ୍ପାଞ୍ଚଳର କମ୍ପାନୀ, ବଡ ବଡ ସୋରୁମ ଓ ସପିଂମଲ ଆଦିଙ୍କ ଠୁ ମାସିକିଆ କଲେକ୍ସନ । ପୋଲିସ ବର୍ଦିର ଗରମ ଦେଖାଇ ଆଦାୟ ହେଉଛି ଟଙ୍କା । ତଳଠୁ ଆରମ୍ଭ କରି ଉପର ଅଫିସରଙ୍କ ରହିଛି ହାତ।
ମୁମ୍ବାଇ ପୋଲିସ ଢାଞ୍ଚାରେ ଆପଣାଇଛନ୍ତି କଲେକ୍ସନ ବାଟ। ଦୀର୍ଘଦିନ ଧରି ଥାନା ଓ ସ୍ବତନ୍ତ୍ର ଏଜେନ୍ସି କ୍ୟୁଏଟି ଓ ସ୍ପେଶାଲ ସ୍କ୍ବାଡ଼ରେ ରହି ଏପରି କରିବାକୁ ସାହାସ ପାଉଛନ୍ତି କନଷ୍ଟେଵଳ ଓ ଅଫିସର। ଏଥିପାଇଁ ଉପର ଅଫିସରଙ୍କ ପାଇଁ ବଢୁଛି ସାହାସ । କାରଣ ଗତ ମଙ୍ଗଳବାର ଏୟାରପୋର୍ଟ ଏରିଆରେ ଓୟୋ ରୁମରେ ପାଖାପାଖି ୧ କୋଟି ଜବତ ବେଳେ ସାମ୍ନାକୁ ଆସିଛି କମିସନରେଟ ପୋଲିସର ଏହି କଳାକାରାନାମା । କିଭଳି ଅଣ୍ଡ଼ରକଭର ମାନେ ଘଟଣାକୁ ରଫାଦଫା ପାଇ ବଟି ଜରିଆର ସେଟିଂ ଯୋଜନା ବେଳେ ଘଟଣା ହେଲା ଫର୍ଦାଫାସ।ଘଟଣାରେ ୩ କର୍ମଚାରି ଗିରଫ ହୋଇ ୨ଜଣକୁ ସସପେଣ୍ଡ ପରେ ବାକି ଅଫିସରଙ୍କ ଲିଙ୍କ ନେଇ ଘଣ୍ଟଘୋଡାଯାଉଛି । ହେଲେ ତଦନ୍ତ ଆଳରେ ସମୟ ଗଡାଇଚାଲିଥିଲେବି ଉପର ଅଫିସର ଘଟଣାରୁ ଖସିଯାଉଛନ୍ତି । ଯାହାକୁ ଏଭଳି କଳାକାରବାର ପଛରେ ମୁମ୍ବାଇର ପୋଲିସ ଚେନ ଭଳି କେବଳ ତଳ ସ୍ତରର ନୁହେଁ ଇନସପେକ୍ଟର ଓ ଏସିପି ଭଳି ଉପର ଅଫିସରଙ୍କ ସମ୍ପୃକ୍ତି ସନ୍ଦେହ କରିଛନ୍ତି ବରିଷ୍ଠ ଆଇନଜୀବୀ । ଏନେଇ ଗୃହ ବିଭାଗ ତଦନ୍ତ ନିର୍ଦେଶର ଆବଶ୍ୟକ ବୋଲି ସେ କହିଛନ୍ତି।