ଓଡିଶା

odisha

ଅନ୍ଧାରରେ ଅନ୍ଧାରୁଆ ହତ୍ୟାକାଣ୍ଡ: ଟାୱାର ଟ୍ରାକିଂ ଟେକନିକ୍ ଆପଣାଇବ ପୋଲିସ

By

Published : Feb 5, 2021, 10:50 PM IST

Updated : Feb 5, 2021, 11:00 PM IST

ଅନ୍ଧାରୁଆ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମଳିବା ଘଟଣା ବର୍ତ୍ତମାନ ବି ରହସ୍ୟ ଘେରରେ । ମହିଳାଙ୍କ ପରିଚୟ ଖୋଜିବାକୁ କମିଶନରେଟ ପୋଲିସ ଜୋରଦାର ତଦନ୍ତ ଜାରି ରଖିଛି । ଅଧିକ ପଢ଼ନ୍ତୁ...

police cant getting identity of andharua murder case woman
ଅନ୍ଧାରରେ ଅନ୍ଧାରୁଆ ହତ୍ୟାକାଣ୍ଡ: ଟାୱାର ଟ୍ରାକିଂ ଟେକନିକ୍ ଆପଣାଇବ ପୋଲିସ

ଭୁବନେଶ୍ବର:ଅନ୍ଧାରୁଆ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମଳିବା ଘଟଣା ବର୍ତ୍ତମାନ ବି ରହସ୍ୟ ଘେରରେ ରହିଛି । ମହିଳାଙ୍କ ପରିଚୟ ଖୋଜିବାକୁ କମିଶନରେଟ ପୋଲିସ ଜୋରଦାର ତଦନ୍ତ ଜାରି ରଖିଛି। ମୃତଦେହ ମିଳିଥିବା ସ୍ଥାନଠୁ ୧ କିମି ପରିଧି ପର୍ଯ୍ୟନ୍ତ ପୋଲିସ ରାଉଣ୍ଡ ଅପ୍ କରିଛି । ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୪ଟି ପୋଲିସ ଟିମ ଓ ଫରେନସିକ ଟିମ ଛାନଭିନ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତଦେହର ମୁଣ୍ଡ ମିଳି ପାରିନାହିଁ । ସେପଟେ ପୋଲିସ ମୃତଦେହ ପାଖରୁ ସଂଗ୍ରହ କରିଥିବା ପ୍ରମାଣକୁ ନେଇ ତଦନ୍ତ ଆରମ୍ଭ କରିଛି।

ଅନ୍ଧାରୁଆ ହତ୍ୟାକାଣ୍ଡ: ମହିଳାଙ୍କ ପରିଚୟ ପାଉନି କମିଶନରେଟ ପୋଲିସ

ମହିଳାଙ୍କ ପରିଚୟ ପାଇବାକୁ ପୋଲିସ କରିଛି ମାରାଥନ ରାଉଣ୍ଡ ଅପ। ମୁଖ୍ୟ ରାସ୍ତାରୁ କିଛି ଦୂର ଏକ ନିଛାଟିଆ ସ୍ଥାନରେ ମୃତଦେହ ମିଳିଥିଲା। ହତ୍ୟାକାରୀ କେହି ରାଜଧାନୀ ଅଞ୍ଚଳର ହୋଇ ପାରନ୍ତି ବୋଲି ସନ୍ଦେହ କୁରଛି ପୋଲିସ। ଡଗ ସ୍କ୍ବାଡ ଜରିଆରେ ପୋଲିସ ତଦନ୍ତ ଜାରି ରଖିଛି।

ସନ୍ଦେହ ଘେରରେ ଗାଡ଼ି

ଅନ୍ଧାରୁଆ ଦେଇ ଯାଆସ କରୁଥିବା ସନ୍ଦିଗ୍ଧ ଗାଡ଼ି ପରେ ନଜର ରଖିଛି ପୋଲିସ। ଗୋଟି ଗୋଟି କରି ସମସ୍ତ ଗାଡିର ନମ୍ବରକୁ ଟ୍ରାକ କରି ଗାଡି ମାଲିକ ସହ ଯୋଗାଯୋଗ କରାଯାଉଛି। ସେହି ରୁଟରେ ଲାଗିଥିବା ସ୍ମାର୍ଟସିଟି କ୍ୟାମେରା ଓ ଟ୍ରାଫିକ ପୋଷ୍ଟ କ୍ୟାମେରାରୁ ରେକର୍ଡିଂ ବାହାର କରିଛି ପୋଲିସ। ପ୍ରାୟ ୪୦୦ରୁ ଅଧିକ ଗାଡି ଉପରେ ନଜର ରଖାଯାଇଛି।

ଟାୱାର ଟ୍ରାକିଂ ଉପରେ ଫୋକସ

ମୃତଦେହ ମିଳିବା ପୂର୍ବରୁ ସେହି ଅଞ୍ଚଳରେ କେତୋଟି ମୋବାଇଲ ଆକ୍ଟିଭ ଥିଲା ? କେତୋଟି ମୋବାଇଲ ସ୍ଥାନୀୟ ଅଞ୍ଚଳର, ଆଉ କେତୋଟି ବାହାରୁ ଆସି ସେଠାରେ ସେହିଦିନ ବ୍ୟବହୃତ ହୋଇଛିି? ସେସବୁ ଆକ୍ଟିଭ ମୋବାଇଲ ନମ୍ବର ତାଲିକା ଟାୱାର ଟ୍ରାକିଂ ଜରିଆରେ ନିକଟସ୍ଥ ମୋବାଇଲ ଟାୱାରର ନେଟୱର୍କ କମ୍ପାନୀକୁ ମାଗିଛି ପୋଲିସ।

ସେହି ତାଲିକା ଆଧାରରେ କେତୋଟି ଫୋନ ଆକ୍ଟିଭ ହୋଇଥିଲା ଏବଂ କେଉଁମାନେ ସେହି ଅଞ୍ଚଳର ନିୟମିତ ୟୁଜର୍ସ ସନେଇ ରିପୋର୍ଟ ବାହାର କରାଯିବ। ଆଉ କେଉଁ ନମ୍ବର ବାହାରୁ ଆସିଛି ଅର୍ଥାତ ସେହିଦିନ ସେହି ନିର୍ଧାରିତ ସମୟ ପର୍ଯ୍ୟନ୍ତ ସେହି ମୃତଦେହ ମିଳିଥିବା ସ୍ଥାନରେ କେତେ ନମ୍ବର ଅପରେଟ ହୋଇଛି ତାହାର ଖୋଳତାଡ଼ କରୁଛି ପୋଲିସ ।

ରାଜ୍ୟ ବାହାର ମହିଳା !

ଘଟଣା ସାମ୍ନାକୁ ଆସିବାର ୨୪ଘଣ୍ଟା ବିତି ଯାଇଛି। ଏପର୍ଯ୍ୟନ୍ତ ମୃତଦେହ ସମ୍ପର୍କରେ କୌଣସି ସୂଚନା ମିଳିନି। ମହିଳା ଜଣକ ରାଜ୍ୟ ବାହାର ହୋଇ ପାରନ୍ତି ବୋଲି ସନ୍ଦେହ ଉପୁଯିଛି। ମହିଳା ଜଣକ ହୁଏତ ଏକୁଟିଆ ରହି ଆସୁଥିଲେ । ମହିଳାଙ୍କ ପରିବାର ଲୋକେ ହୁଏତ ଏନେଇ ଅବଗତ ନଥାଇ ପାରନ୍ତି।

ବଳି ସନ୍ଦେହ

ମହିଳାଙ୍କୁ ବଳି ଦିଆଯାଇଥାଇ ପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅଚାନକ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଫଳରେ ଲୋକେ ନାନା କଳ୍ପନା ଜଳ୍ପନା କରିବାକୁ ଲାଗିଛନ୍ତି।

ଡିସିପିଙ୍କ ଅପିଲ

ସେପଟେ ମୃତଦେହ ଚିହ୍ନି ପାରିଲେ ପୋଲିସ ହେଲ୍ପ ଲାଇନକୁ ନମ୍ବରରେ କଲ କରିବାକୁ କହିଛନ୍ତି ଭୁବନେଶ୍ବର ଡିସିପି। ମହିଳାଙ୍କ ଉଚ୍ଚତା, ବୟସକୁ ନେଇ ରାଜ୍ୟର ସମସ୍ତ ଥାନାକୁ ସୂଚିତ କରାଯାଇଛି। ଏହାସହ ମହିଳାଙ୍କ ବସ୍ତ୍ର, ଅନ୍ୟାନ୍ୟ ସୂଚନାକୁ ନେଇ ରାଜଧାନୀର ବିଭିନ୍ନ ବସ୍ତିରେ ପୋଷ୍ଟର ଲଗାଯିବ। ମୃତଦେହର ପରିଚୟ ପାଇବା ପାଇଁ ସମସ୍ତ ପ୍ରକାର ତଦନ୍ତ ପ୍ରକ୍ରିୟା କରୁଛି କମିଶନରେଟ ପୋଲିସ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Feb 5, 2021, 11:00 PM IST

ABOUT THE AUTHOR

...view details