ଓଡିଶା

odisha

ETV Bharat / city

ପେଟ୍ରୋଲ ପମ୍ପ ନାଁରେ ଅପରାଧିକ ମାମଲା ରୁଜୁ କରିବ ପୋଲିସ - ଅପରାଧିକ ମାମଲା ରୁଜୁ କରିବ ପୋଲିସ

ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିବା ପରେ ପୋଲିସ କମିଶନର ଦେଲେ ସବିଶେଷ ସୂଚନା । ସେପଟେ ପୋଲିସ ନିଜ ଆଡୁ ମାମାଲା ରୁଜୁ କରିବ ବୋଲି କହିଛନ୍ତି କମିଶନର । ଅଧିକ ପଢନ୍ତୁ...

Police will file a criminal case in the name of the petrol pump
Police will file a criminal case in the name of the petrol pump

By

Published : Oct 7, 2020, 6:45 PM IST

Updated : Oct 7, 2020, 9:17 PM IST

ଭୁବନେଶ୍ବର: ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିବା ପରେ ପୋଲିସ କମିଶନରଙ୍କ ସୂଚନା । ପେଟ୍ରୋଲ ପମ୍ପରେ ରହିଛି 3 ଟି ଚ୍ୟାମ୍ବର। ଯେଉଁଥିରେ ପେଟ୍ରୋଲ ଡିଜେଲ ଓ ଗ୍ୟାସ ରହିଛି। ଏହି ଅଞ୍ଚଳରେ ନିର୍ଦ୍ଧିଷ୍ଟ ସମୟ ପାଇଁ ଲାଇନ କଟା ଯାଇଛି। 50 ମିଟର ମଧ୍ୟରେ ଥିବା ରାଜଭବନ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଥିବା କହିଛନ୍ତି ସୁଧାଂଶୁ ଷଡଙ୍ଗୀ ।

ପେଟ୍ରୋଲ ପମ୍ପ ନାମରେ ଅପରାଧିକ ମାମଲା ରୁଜୁ କରିବ ପୋଲିସ
ପେଟ୍ରୋଲ ଡିଜେଲ ସମେତ ଏଠାରେ ସିଏନଜି ମହଜୁଦ ରହିଥିଲା । ପ୍ରାଥମିକ ସ୍ଥଳରେ ବଳକା ଥିବା ଗ୍ୟାସ, ଡିଜେଲ, ପେଟ୍ରୋଲକୁ ସ୍ଥାନାନ୍ତର କରାଯିବ। ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଗାଡି ଆସୁଛି। ଯାହା ବଳକା ଗ୍ୟାସ ଓ ପେଟ୍ରୋଲ ସହ ଡିଜେଲକୁ ସ୍ଥାନାନ୍ତର କରିବ । ସେପଟେ ଆଖପାଖ ଅଞ୍ଚଳରେ ନିର୍ଦ୍ଧିଷ୍ଟ କିଛି ସମୟ ପାଇଁ ଗ୍ୟାସ ଚୁଲି ଲାଗିବ ନାହିଁ, ସ୍ଥାନୀୟ ଲୋକେ ବାହାରକୁ ନଆସିବାକୁ କହିଲେ ସିପି ।

ବିସ୍ପୋରଣ ଘଟଣାକୁ ନେଇ ପୋଲିସ ନିଜ ଆଡୁ କ୍ରିମିନାଲ କେସ ରୁଜୁ କରିଛି। ପାଖରେ ଥିବା ରାଜଭବନରେ କୌଣସି କ୍ଷତି ହୋଇନାହିଁ । ଏଫଏସଏଲ ସାଇଣ୍ଟିଷ୍ଟ ମାନେ ତର୍ଜମା କରୁଛନ୍ତି। ଆଖ ପାଖ ଅଞ୍ଚଳରେ ଥିବା ଘରର କଣ କ୍ଷତି ଘଟିଛି କିଏ କିଏ ଗୁରୁତର ହୋଇଛନ୍ତି ଏହାର ତର୍ଜମା ଚାଲିଥିବା ନେଇ ସବିଶେଷ ସୂଚନା ପ୍ରଦାନ କଲେ କମିଶନର ସୁଧାଂଶୁ ଷଡଙ୍ଗୀ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 7, 2020, 9:17 PM IST

ABOUT THE AUTHOR

...view details