ଭୁବନେଶ୍ବର: ରାଜଧାନୀରେ ଭୋଟ ଗଣତି ପୂର୍ବରୁ ଗଣ୍ଡଗୋଳ । ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଗଣ୍ଡଗୋଳ ଓ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି । ବିଜେପି କର୍ପୋରେଟର ପ୍ରାର୍ଥୀ ଓ ସମର୍ଥକଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିବା ସୂଚନା ।
ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ବିକ୍ଷୋଭକାରୀଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି । ତେବେ ଷ୍ଟ୍ରଙ୍ଗରୁମ୍ରେ ଜଣେ ଯୁବକ ପଶିଥିବା ନେଇ ବିଜେପିର ଅଭିଯୋଗ କରିଛି । ଗଣତି ପୂର୍ବରୁ ଅନିୟମିତତା ନେଇ ବିଜେପି ଅଭିଯୋଗ କରିଛି । ସୂଚନା ଅନୁଯାୟୀ, ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ ବାହାରେ ଲାଗିଥିବା ସିସିଟିଭି ଏଲଇଡି କିଛି ସମୟ ପାଇଁ ବନ୍ଦ ହୋଇଯିବାରୁ ପାଟିତୁଣ୍ଡ ହୋଇଥିଲା ।