ଓଡିଶା

odisha

By

Published : May 5, 2021, 4:34 PM IST

ETV Bharat / city

ଲକଡାଉନରେ ଏଫଆଇଆର ନେବାକୁ ଘରେ ପହଞ୍ଚିଲା ପୋଲିସ

ଲକଡାଉନ ସମୟରେ ଏଫଆଇଆର ନେବାକୁ ଘରେ ପହଞ୍ଚିଲା ପୋଲିସ । ଲକଡାଉନରେ ପିପଲ ଫ୍ରେଣ୍ଡଲି କାର୍ଯ୍ୟକରୁଛି ପୋଲିସ । ତୁରନ୍ତ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିିଛି ପୋଲିସ । ଅଧିକ ପଢନ୍ତୁ...

police take FIR doorestep on lockdown in bhubaneswar
ଲକଡାଉନରେ ଏଫଆଇଆର ନେବାକୁ ଘରେ ପହଞ୍ଚିଲା ପୋଲିସ

ଭୁବନେଶ୍ବର: ଏଫଆଇଆର ନେବାକୁ ଘରେ ପହଞ୍ଚିଲା ପୋଲିସ । ଲକଡାଉନରେ ପିପଲ ଫ୍ରେଣ୍ଡଲି କାର୍ଯ୍ୟକରୁଛି ପୋଲିସ । ଏଭଳି ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀରେ । ଲୋକଙ୍କ ଅଭିଯୋଗ କ୍ରମେ ଘରେ ପହଞ୍ଚିଛି ପୋଲିସ।

ଲକଡାଉନରେ ଏଫଆଇଆର ନେବାକୁ ଘରେ ପହଞ୍ଚିଲା ପୋଲିସ

ରାଜଧାନୀର ନୟାପଲ୍ଲୀ ଥାନା ଅଞ୍ଚଳର ଇସ୍କନ ମନ୍ଦିର ପାଖେ ରହୁଥିବା ଅଭିଯୋଗକାରି ତ୍ରିନାଥ ମହାରଣା ପୋଲିସର ଡାଏଲ ୧୦୦ କୁ କଲ କରିଥିଲେ। ଖବର ପାଇଁ ତୁରନ୍ତ ପହଞ୍ଚି ଥିଲେ ଥାନା ଆଇଆଇସି ଓ ଟିମ। ଘର ପାଖରେ ଜଣେ ବ୍ୟକ୍ତି ଜବରଦଖଲ ସହ ଘରେ କିଛି ବେଆଇନ ଯୁବତୀ ଚାଲାଣର ଅଭିଯୋଗ ଆଣିଥିଲେ । ପୋଲିସ ପହଞ୍ଚି ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ କରିଥିଲା ଏବଂ ତଦନ୍ତ ଆରମ୍ଭ କରିଛି। ତେବେ ଏଭଳି ସମୟରେ ଘରୋଇ ହିଂସା ହେଉ ବା ଚୋରି ଡକାୟତି ବା ଦାଦାବଟି , ଅପରାଧିକ କାର୍ଯକଳାପ ଛିନତାଇର ଶିକାର ହେଲୋ ପୋଲିସକୁ ଜଣାନ୍ତୁ ବୋଲି ପୋଲିସ ଅଧିକାରୀ କହିଛନ୍ତି । ପୋଲିସ ତୁରନ୍ତ ପହଞ୍ଚି ଅଭିଯୋଗ ଗ୍ରହଣ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ସୂଚନାଥାଉକି କୋରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସରକାର ଆଜିଠୁ ରାଜ୍ୟରେ ଲାଗୁ କରିଛନ୍ତି 14 ଦିନିଆ ଲକଡାଉନ । ଲକଡାଉନ ସମୟରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସ ପ୍ରତିଶୃତିବୋଧ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details