ଓଡିଶା

odisha

ETV Bharat / city

ଅପରାଧ ରୋକିବାକୁ ପୋଲିସର ବସ୍ତି ଚାଲ ଅଭିଯାନ, କଲୋନୀ ମୁହାଁ କ୍ରିମିନାଲ - ଲକ୍ଷ୍ମୀସାଗର ଥାନା ପୋଲିସ

ରାଜଧାନୀରେ ଭଡାରେ ରହି ୩ ଜିଲ୍ଲାରେ ଆତଙ୍କ ଖେଳାଉଛନ୍ତି ଛିନତାଇ ଲୁଟେରା । ଅଧିକ ପଢନ୍ତୁ...

ଅପରାଧ ରୋକିବାକୁ ପୋଲିସର ବସ୍ତିଚାଲ ଅଭିଯାନ, ବସ୍ତି ଛାଡି ଏବେ କଲୋନି ମୁହାଁ ଅପରାଧି
ଅପରାଧ ରୋକିବାକୁ ପୋଲିସର ବସ୍ତିଚାଲ ଅଭିଯାନ, ବସ୍ତି ଛାଡି ଏବେ କଲୋନି ମୁହାଁ ଅପରାଧି

By

Published : Oct 6, 2021, 8:23 AM IST

ଭୁବନେଶ୍ବର:ରାଜଧାନୀରେ ଭଡାରେ ରହି ୩ ଜିଲ୍ଲାରେ ଆତଙ୍କ ଖେଳାଉଛନ୍ତି ଛିନତାଇ ଲୁଟେରା । ଆଉ ଏକୁଟିଆ ଦେଖି ମହିଳାଙ୍କ ଠାରୁ ଝାମ୍ପି ନେଉଛନ୍ତି ଗହଣା ଟଙ୍କା ଓ ମୋବାଇଲ ଫୋନ । ତେବେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ସେ ଖେଳାଉଥିଲା ଅପରାଧର ସାମ୍ରାଜ୍ୟ । କେବଳ ଭୁବନେଶ୍ଵର ନୁହେଁ କଟକ ଓ ଜଗତସିଂହପୁର ଅଞ୍ଚଳରୁ ବି ଛିନତାଇ କରି ଲୁଟପାଟ କରୁଥିଲା । ଆଉ ଏହି ସ୍ନାଚର ଏବେ ପୋଲିସ ହାତରେ ଧରାପଡିଛି । ତେବେ ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସଜାଦ ଖାନ । କେନ୍ଦ୍ରାପଡା ଜିଲ୍ଲା ଅଧିନ ନେମାଳ ଅଞ୍ଚଳରୁ ୪ଟି ସୁନା ଚେନ ସମେତ ମୋବାଇଲ ଫୋନ ଜବତ କରିଛି ପୋଲିସ ।

ଅପରାଧ ରୋକିବାକୁ ପୋଲିସର ବସ୍ତିଚାଲ ଅଭିଯାନ, ବସ୍ତି ଛାଡି ଏବେ କଲୋନି ମୁହାଁ ଅପରାଧି

ସୂଚନାନୁସାରେ ସେ ଭୁବନେଶ୍ଵର ଅଧୀନ ଝାରପଡାର ଏକ କଲୋନୀରେ ରହୁଥିଲା । ଗିରଫ ଅଭିଯୁକ୍ତ ଜଣକ ବେଶ ଅୟସ ଆରାମା ଜୀବନ ଯାପନ କରୁଥିବା ବେଳେ ଲୋକଙ୍କ ଲୁଟ ଟଙ୍କାରେ ସ୍ପୋର୍ଟସ ବାଇକ କିଣି ବ୍ୟବହାର କରୁଥିଲା । ତେବେ ସବୁଠୁ ବଡ କଥା ହେଉଛି ବସ୍ତିରୁ ଅପରାଧ ନେଇ ସୂଚନା ପାଇବା କ୍ଷଣି ପୋଲିସ ବସ୍ତି ଚାଲ ଅଭିଯାନ କରିଥିବା ବେଳେ ଏବେ ଅପରାଧି ମାନେ କଲୋନୀମୁହାଁ ହେଉଛନ୍ତି ।

ତେବେ ଏନେଇ ପୋଲିସ ଆଗକୁ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details