ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ । ଜଳନ୍ତା ଜୁଇରୁ ମୁଣ୍ଡ ଖୋଜୁଛି ପୋଲିସ। ଏମିତି ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଗଡଚାରିପଦା ମଶାଣି ଭୂଇଁରେ । ଗାଁ ମଶାଣିରେ ଜଳୁଥିବା ଜୁଇକୁ ଲିଭାଇ ମୁଣ୍ଡ ଓ ହାଡ ସଂଗ୍ରହରେ ବ୍ୟସ୍ତ ପୋଲିସ ଅଧିକାରୀ ।
ସୂଚନା ମୁତାବକ ଗାଁର ବାନାମ୍ବର ଭୋଇଙ୍କ ଏକ ମାତ୍ର ୨୨ ବର୍ଷିଆ ଝିଅ ମିଲୁର ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଝିଅକୁ ହତ୍ୟା କରାଯାଇ ପୋଡା ଯାଇଥିବା ସନ୍ଦେହରେ ଏପରି ତଦନ୍ତ କରିଛନ୍ତି କମିସନରେଟ ପୋଲିସ ଅଧିକାରୀ । ହେଲେ ଅନ୍ୟପଟେ ଝିଅକୁ ରୋଗ ଆକ୍ରାନ୍ତ ଯୋଗୁ ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ଲୋକେ ।