ଓଡିଶା

odisha

ଲାଞ୍ଚ ମାଗି ଏସଆଇ ନିଲମ୍ବିତ

ନୟାପଲ୍ଲୀ ଥାନା ଅଧିନରେ ଯାଉଥିବା କିଛି ଚୋରି ଗାଡିକୁ ଖଣ୍ଡଗିରି ପୋଳିସ ଜବତ କରି ଖଣ୍ଡଗିରି ପୋଲିସକୁ ହସ୍ତାନ୍ତର କରିଥିଲା । ପରେ ଏସଆଇ ଜଣକ ଗାଡି ଫେରି ପାଇବାକୁ ମାଲିକଙ୍କ ଠାରୁ କିଛି ଟଙ୍କା ଦାବି କରିଥିଲେ ।

By

Published : Sep 1, 2019, 4:44 AM IST

Published : Sep 1, 2019, 4:44 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନିଲମ୍ବିତ ହେଲେ କମିସନରେଟ ପୋଲିସ ଏସଆଇ । ଚୋରି ଗାଡି ଛାଡିବା ପାଇଁ ଟଙ୍କା ମାଗୁଥିବା ବେଳେ ଫସିଲେ ଏସଆଇ ସୁଧାଂଶୁ ଶେଖର ପରିଡା । କମିସନରଙ୍କ ପାଖରେ ଖବର ପହଞ୍ଚିବା ପରେ କାର୍ଯାନୁଷ୍ଠାନ ନେଲେ ଏସପି ।

ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ଥିବା ଏହି ଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ନୟାପଲ୍ଲୀ ଥାନା ଅଧିନରେ ଯାଉଥିବା କିଛି ଚୋରି ଗାଡିକୁ ଖଣ୍ଡଗିରି ପୋଳିସ ଜବତ କରି ଖଣ୍ଡଗିରି ପୋଲିସକୁ ହସ୍ତାନ୍ତର କରିଥିଲା । ପରେ ଏସଆଇ ଜଣକ ଗାଡି ଫେରି ପାଇବାକୁ ମାଲିକଙ୍କ ଠାରୁ କିଛି ଟଙ୍କା ଦାବି କରିଥିଲେ । ଯାହା ଜଣାପଡିବା ପରେ ଏଭଳି କାର୍ଯାନୁଷ୍ଠାନ ନିଆଯାଇଛି ।

ଗୋଟିଏ ପଟେ ସରକାର "ମୋ ସରକାର" ଯୋଜନା ଲାଗୁ କରି ସ୍ବଚ୍ଛତାର ପ୍ରମାଣ ଦେବାକୁ ଉଦ୍ୟମ କରୁଥିବାବେଳେ ଏଭଳି ନିଲମ୍ବିତ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details