ଭୁବନେଶ୍ବର:ଧୀରେ ଧୀରେ ଖୋଲୁଛି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଗୁମର। ଏବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଘାରିଛି ବଦନାମର ଭୟ । କାରଣ ସାମ୍ନାକୁ ଆସିଛି ଅର୍ଚ୍ଚନାଙ୍କ ସହ ଅନେକ ହାଇପ୍ରୋଫାଇଲ ନେତା ପୋଲିସ ଓ ସରକାରୀ ଅଫିସରଙ୍କ ଫଟୋ । ଯାହାଙ୍କ ସହିତ ମିଳାମିଶା କରୁଥିଲେ ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ । ଅର୍ଚ୍ଚନା ଜେଲରେ ଥିବା ବେଳେ ତାଙ୍କ ଘରୁ ପୋଲିସ ଜବତ କରିଛି ହାର୍ଡଡିକ୍ସ ଓ ପେନଡ୍ରାଇପ । ଯାହାକୁ ନେଇ ପାଓ୍ବାର କରିଡରରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି ।
ସେହିପରି ଆଜି ଅର୍ଚ୍ଚନାଙ୍କ ଏକ ଭିଡିଓ ମଧ୍ୟ ସାମନ୍ନାକୁ ଆସିଛି , ଯେଉଁରେ ସେ ଡିଲ କରୁଥିବା ଜଣାପଡିଛି, ଭାଇରାଲ ଭିଡିଓରେ ସେ ଏକ ତାରାକା ହୋଟେଲରେ ବସିଥିବା ଦେଖିବାକୁ ମିଳିଛି । ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ସହ ଡିଲ କରୁଥିବା ଜଣାପଡିଛି । ଡିଲ ପରେ ଟଙ୍କା ମଧ୍ୟ ମାଗୁଛନ୍ତି । ପ୍ରଥମେ ଅର୍ଚ୍ଚନା କିପରି ବଡବଡିଆଙ୍କୁ ଟ୍ରାପ କରୁଥିଲେ ସେହି ସମୟର ଚାଟିଂର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଭାଇରାଲ ଫଟୋରେ ସେ ଜଣେ ଓକିଲଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି, ସେ କିପରି ପ୍ରଥମେ ବ୍ୟକ୍ତିଙ୍କୁ ନିଜ ମାୟାଜାଲରେ ଫସାଉଥିଲା ତାହା ଏହି ଚାଟିଂରୁ ସ୍ପଷ୍ଟ ବାରି ହୋଇପଡୁଛି । କେବଳ ଏଇ ଗୋଟିଏ ଘଟଣା ନୁହେଁ ଅନେକ ଘଟଣାରେ ସମାନ ଢଙ୍ଗରେ ଅର୍ଚ୍ଚନା କରୁଥିଲେ ବ୍ଲାକ ମେଲ ଆଉ ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା । ଏଭଳି ଏକ ଭିଡିଓ ପରେ ପାଓ୍ବାର କରିଡରରେ ହୋଇଛି ହଲଚଲ ।
ଏହା ମଧ୍ୟ ପଢନ୍ତୁ-ରାଜନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ, ଅଭିଯୋଗ ପରେ ଗିରଫ ହେଲେ ଲେଡି ବ୍ଲାକମେଲର