ଓଡିଶା

odisha

ETV Bharat / city

ଦାମୀ କାରରେ ହେଉଥିଲା ଗଞ୍ଜେଇ ଚାଲାଣ, ପର୍ଦ୍ଦାଫାଶ କଲା ପୋଲିସ

କନ୍ଧମାଳରୁ ଆସିଥିବା ଗଞ୍ଜେଇକୁ ଭୁବନେଶ୍ବରରେ ଡିଲ କରିବାକୁ ଯୋଜନା ରଖିଥିଲେ ଗଞ୍ଜେଇ ମାଫିଆ । ଏହି ଘଟଣାରେ 2 ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ସହ 14 କେଜିର ଗଞ୍ଜେଇ ଜବତ କରିଛି ପୋଲିସ ।

seized ganja from luxurious car
ଦାମୀ କାରରେ ଗଞ୍ଜେଇ ଚାଲାଣ

By

Published : Nov 3, 2020, 4:08 PM IST

ଭୁବନେଶ୍ବର: ନିଛାଟିଆ ଅନ୍ଧାର ରାତିର ସୁଯୋଗ ନେଇ ଦାମୀ କାରରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ହେଲେ ଏମାନଙ୍କ ଚାଲ୍ ରେ ପାଣି ପକାଇଛି ପୋଲିସ । ଏହି ଘଟଣାରେ 2 ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ସହ 14 କେଜିର ଗଞ୍ଜେଇ ଜବତ କରିଛି ପୋଲିସ ।

ଦାମୀ କାରରେ ହେଉଥିଲା ଗଞ୍ଜେଇ ଚାଲାଣ

ସୂଚନା ଅନୁସାରେ, କନ୍ଧମାଳରୁ ଆସିଥିବା ଗଞ୍ଜେଇକୁ ଭୁବନେଶ୍ବରରେ ଡିଲ କରିବାକୁ ଯୋଜନା ରଖିଥିଲେ ଗଞ୍ଜେଇ ମାଫିଆ । ହେଲେ ଡିଲ ହେବା ପୂର୍ବରୁ ବାଙ୍କୁଆଳ କୂଆଖାଇ ବ୍ରିଜ ନିକଟରେ ଗାଡି ଛିଡା ହୋଇଥିବା ସମୟରେ ସନ୍ଦେହ କରି ଛାନଭିନ କରିଥିଲା କମିଶନରେଟ ପୋଲିସ । ଏହାପରେ ଦୁଇ ଗଞ୍ଜେଇ ମାଫିଆ ସହ ଦୁଇଟି ବସ୍ତାରେ ଗଞ୍ଜେଇ ଜବତ କରିଛି ପୋଲିସ ।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ କନ୍ଧମାଳ ଖଜୁରିଆପଡାର ସତିଶ କୁମାର ପ୍ରଧାନ, କେନ୍ଦୁଝରର ଘଷିପୁରାର ସୁଶାନ୍ତ ସାହୁ । ଉଭୟ କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ ବେପାର କରୁଥିବା ପୋଲିସ ଜାଣିବାକୁ ପାଇଛି । ଆଉ ତାଙ୍କର ଏହି ଡିଲ ସମ୍ପର୍କରେ, ଯେପରି କେହି ସନ୍ଦେହ କରିବେ ନାହିଁ । ସେଥିପାଇଁ ଅଭିୟୁକ୍ତମାନେ ଦାମୀ କାର ବ୍ୟବହାର କରୁଥିଲେ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details