ଭୁବନେଶ୍ବର:ରାଜଧାନୀର ହାର୍ଡକୋର କ୍ରିମିନାଲ ରାଜେଶ ମହାପାତ୍ର । ପାଠ ପଢୁଆ ଛାତ୍ରରୁ ପାଲଟିଗଲା ଦୁର୍ଦ୍ଦାନ୍ତ ଅପରାଧି । ମାତ୍ର ୨୮ବର୍ଷ ବୟସରେ ପୋଲିସ ରେକର୍ଡରେ ଏଯାବତ ରହିଛି ୨୫ଟି କେସ । ୨୦୧୯ରୁ ଅପରାଧ ତାଲିକାରୁ ଯୋଡି ହୋଇଥିବା ଏହି କ୍ରିମିନାଲ କ୍ରାଇମ ହିଷ୍ଟ୍ରି ଦେଖିଲେ ଜାଣିପାରିବେ କେତେ ମାରାତ୍ମକ । କାରଣ ଛୋଟ ଛୋଟ ଚୋରି ଛିନତାଇରୁ ଆରମ୍ଭ କରିଥିବା ଅପରାଧର କ୍ୟାରିୟରରୁ ପାଲଟିଗଲେ ଦୁର୍ଦ୍ଦାନ୍ତ ଅପରାଧି । ଆଉ ଏବେ ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ ପରେ ଚକରା ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧି ରାଜେଶକୁ ରିମାଣ୍ଡରେ ଆଣିବ ପୋଲିସ ।
ରାଜେଶଙ୍କୁ ଅପରାଧ କରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ ତାଙ୍କ ମାଆ । ପୁଅର ଅପରାଧ ପାଇଁ ତାଗିଦ ବଦଳରେ ପୁଅ ଲୁଟ କରି ଆଣୁଥିବା ଟଙ୍କାରୁ ଘରେ ଅୟସ କରୁଥିଲେ । ଏପରିକି ପୁଅ ଲୁଟିଥିବା ସୁନା ଗହଣାକୁ ନିଜ ମା ଜ୍ୟୋସ୍ନା ରାଣି ସାମନ୍ତରାୟ ତାକୁ ନେଇ ମାର୍କେଟରେ ବିକ୍ରି କରି ଟଙ୍କା ଆଣୁଥିଲେ । ଅର୍ଥାତ ପୁଅର ଅପରାଧରେ ମାଆ ଭାଗିଦାରି ହୋଇ ଅପରାଧ ଆରମ୍ଭ କରିଥିଲେ । ଶେଷରେ ପାଠୁଆ ପୁଅ ହୋଇଗଲା ହାର୍ଡକୋର କ୍ରିମିନାଲ।
ଏପରିକି ରାଜଧାନୀରେ ବନ୍ଧୁକ ମୁନରେ ଆତଙ୍କ ଖେଳାଇ ଲୁଟପାଟ, ରାହାଜାନି, ଡକାୟତି ଭଳି ଅପରାଧର ପାଲଟିଗଲା ବାଦଶାହା । ଆଉ ନିଜ ଅପରାଧର ସାମ୍ରାଜ୍ୟ ଚଳାଇବା ପାଇଁ ନିଜେ ଗଢିଥିଲା ଏକ ଗ୍ୟାଙ୍ଗ୍ । ନିଛ ଗ୍ୟାଙ୍ଗରେ ସାମିଲ ଥିଲେ ରବିନ ଶତପଥି ଓରଫ ଜଗନ ,ସନ୍ତୋଷ ବାରିକ ଓ ସାଗର ନାୟକ । ଏକ ଚୋରା ଗାଡିରେ ବୁଲିବା ସହ ଲୋକଙ୍କୁ ମାରାଣାସ୍ତ୍ର ବନ୍ଧୁକ ଓ ଟୟଗନରେ ଦେଖାଇ ରାସ୍ତା ଉପରୁ ଝାମ୍ପୁଥିଲେ ଗହଣା, ମୋବାଇଲ, ପର୍ସ ଓ ଟଙ୍କା । ଏପରିକି ବ୍ୟବସାୟୀଙ୍କୁ ଟାର୍ଗେଟ କରି ଟଙ୍କା ଲୁଟୁଥିଲେ । ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବା ନିଛାଟିଆ ଦେଖି ବୃଦ୍ଧ ଲୋକଙ୍କ ଘରେ ଡକାୟତି ମଧ୍ୟ କରୁଥିଲେ । କୁଖ୍ୟାତ କ୍ରିମିନାଲ ରବି ରାଓ ୨୦୧୯ରେ ଏନକାଉଣ୍ଟର ପରେ ରାଜେଶ ବେଶ ସକ୍ରିୟ ହୋଇଥିଲା । କ୍ୟାପିଟାଲ ଥାନା ଅଞ୍ଚଳର ପିଚୁପଡିଆ ବସ୍ତିରେ ପରିବାର ସହ ରହୁଥିବା ରାଜେଶ ଧିରେ ଧିରେ ରବି ରାଓର ସ୍ଥାନ ନେଇଥିଲା ।