ଓଡିଶା

odisha

ETV Bharat / city

ବଢିଲା ବଏଫ୍ରେଣ୍ଡଙ୍କ ପାଇଁ ଅଡୁଆ, ସୌମ୍ୟଜିତଙ୍କ ନାଁରେ ଲାଗିଲା ୩୦୬ ଦଫା - police register a case against boyfriend soumyajit

ଲେଡ଼ି ସଫ୍ଟୱେର ଇଞ୍ଜିନିୟର ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା । ବଏଫ୍ରେଣ୍ଡ ସୌମ୍ୟଜିତଙ୍କ ନାଁରେ ଲାଗିଲା ୩୦୬ ଦଫା । ଅଧିକ ପଢନ୍ତୁ

police-register-a-case-against-boyfriend-soumyajit-under-ipc-section-306 for provoking her girlfriend to suicide
ବଢିଲା ବଏଫ୍ରେଣ୍ଡଙ୍କ ପାଇଁ ଅଡୁଆ, ସୌମ୍ୟଜିତଙ୍କ ନାଁରେ ଲାଗିଲା ୩୦୬ ଦଫା

By

Published : Aug 23, 2022, 10:33 PM IST

ଭୁବନେଶ୍ବର:ଲେଡ଼ି ସଫ୍ଟୱେର ଇଞ୍ଜିନିୟର ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା । ଅଡୁଆରେ ବଏଫ୍ରେଣ୍ଡ୍ ସୌମ୍ୟଜିତ । ତାଙ୍କ ନାଁରେ ୩୦୬ ଦଫା ଲାଗିଥିବା ବେଳେ କେଉଁ ମୁହୂର୍ତ୍ତରେ ବାନ୍ଧିପାରେ ପୋଲିସ । ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ କେସ ରୁଜୁ କରିଛି ପୋଲିସ ।

ପରିବାର‌ ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ପରେ ଏବେ ବଏଫ୍ରେଣ୍ଡକୁ ଖୋଜାପଡିଛି। କାରଣ ଶ୍ବେତାଙ୍କ ପରିବାର‌ ସୌମ୍ୟଜିତ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଶାରୀରିକ ସମ୍ପର୍କ ରଖିବା ସହ‌ ସୌମ୍ୟଜିତ ଶ୍ବେତାଙ୍କୁ ମାନାସିକ ଓ ଶାରୀରିକ ଅତ୍ୟାଚାର‌ ଦେଉଥିଲେ‌ । ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ରଖି ବ୍ଲାକମେଲ କରୁଥିଲେ। ଯୌତୁକ ପାଇଁ ୩୦ ଲକ୍ଷ ଟଙ୍କା ଡିମାଣ୍ଡ ମଧ୍ୟ କରିଥିଲେ । ଏଭଳି ଅଭିଯୋଗ ପରେ ପୋଲିସ ଏତଲା କ୍ରମେ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା ପୋଲିସ ।

ବଢିଲା ବଏଫ୍ରେଣ୍ଡଙ୍କ ପାଇଁ ଅଡୁଆ, ସୌମ୍ୟଜିତଙ୍କ ନାଁରେ ଲାଗିଲା ୩୦୬ ଦଫା

ଏହା ବି ପଢନ୍ତୁ- ଲେଡି ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ ସମ୍ୱଲପୁର ଲିଙ୍କ୍ : ରାତି ଅଧିଆ ଫେରାର ବଏଫ୍ରେଣ୍ଡ !


ଅନ୍ୟପଟେ ସାମ୍ନାକୁ ଆସିଛି ଆଉ ଏକ ଭାଇରାଲ ଅଡିଓ । ଯାହାକୁ ନେଇ ଶ୍ବେତା ଓ ସୌମ୍ୟଜିତ ଦୁହିଁଙ୍କୁ ମଧ୍ୟରେ କଥା କଟାକଟି ହେଉଥିବା ଶୁଣିବାକୁ ମିଳିଛି । ଆତ୍ମହତ୍ୟା ପାଇଁ ଉସୁକାଇଥିବାର ମଧ୍ୟ ଶୁଣିବାକୁ ମିଳିଛି । ଯାହାକୁ ନେଇ ଶ୍ବେତାଙ୍କ ମା' ତାଙ୍କ ଝିଅଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି । ସୌମ୍ୟଜିତଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏନେଇ ସେ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ଶ୍ବେତାଙ୍କ ମାଆ ।

ଏହା ବି ପଢନ୍ତୁ- ସୌମ୍ୟ ଶ୍ବେତାଙ୍କ ଅଡିଓ ଭାଇରାଲ, ଆତ୍ମହତ୍ୟା ପାଇଁ ଉସକେଇବା ନେଇ ମାମଲା ରୁଜୁ କଲା ପୋଲିସ

ତେବେ ଗତ 19 ତାରିଖରୁ ମିଳିଥିଲା ଇନଫୋସିସ ଗ୍ରୀନ ଭିଲ୍ଲାରୁ ଶ୍ବେତା କୁମାରୀଙ୍କ ମୃତଦେହ। ମୃତଦେହ ନିକଟରୁ ପୋଲିସ ଜବତ କରିଥିଲା ଡାଏରୀ ସମେତ ଶ୍ବେତାଙ୍କ ମୋବାଇଲ । ଯାହା ହୋଇପାରେ ସୌମ୍ୟଜିତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ । ସେପଟେ ଗତକାଲି ରାତିରେ ସୌମ୍ୟଜିତଙ୍କ ଘର ଆଗରୁ କେହି ଜଣେ ବାଇକରେ ବସି ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ତେବେ ଯୁବକ ଜଣକ ମୁହଁରେ କପଡ଼ା ବାନ୍ଧିଥିବାରୁ ତାର ପରିଚୟ ମିଳିନାହିଁ । ସେ ସୌମ୍ୟଜିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣା ଆଗକୁ କଣ ମୋଡ ନେଉଛି ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details