ଓଡିଶା

odisha

ETV Bharat / city

‘ରଙ୍ଗ ସାଇଡ ଏଣ୍ଟ୍ରି ଯୋଗୁଁ ବଢୁଛି ଟ୍ରାଫିକ ଟେନସନ’

ଦିନକୁ ଦିନ ରାଜଧାନୀବାସୀଙ୍କ ଚିନ୍ତା ବଢାଉଛି ଟ୍ରାଫିକ ସମସ୍ୟା । ପୋଖରୀପୁଟରେ ପୋଲିସ ପବ୍ଲିକ ମିଟିଂରେ କମିସନରଙ୍କ ଆଗରେ ଏପରି ଅଭିଯୋଗ ବାଢିଛନ୍ତି ରାଜଧାନୀବାସୀ ।

By

Published : Jun 11, 2019, 11:11 PM IST

Updated : Jun 11, 2019, 11:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଟ୍ରାଫିକ ପାଇଁ ସହର ବାସୀଙ୍କ ବଢୁଛି ଟେନସନ । ଦୀର୍ଘ ସମୟ ରାସ୍ତା ଉପରେ ଲୋକଙ୍କ ସମୟ କଟୁଛି । ରଙ୍ଗ ସାଇଡ ଏଣ୍ଟ୍ରି ସାଜୁଛି ଅଡୁଆ । କିଏ କେଉଁ ଦିଗରୁ ଆସୁଛି ସେନେଇ ଜଣାପଡୁନି ଫଳରେ ଦୁର୍ଘଟଣା ଶିକାର ହେଉଛନ୍ତି ଲୋକେ । ଭୁବନେଶ୍ବର ଜୋନ୍‌ ୨ ଏସିପିଙ୍କ ଅଧିନରେ ଆସୁଥିବା ଲିଙ୍ଗରାଜ,ଏୟାରପୋର୍ଟ,ଏୟାରଫିଲଡ ଓ ଧଉଳି ଥାନା ଅଞ୍ଚଳର ଲୋକ ଆଣିଛନ୍ତି ଏପରି ଅଭିଯୋଗ । ପୋଖରୀପୁଟରେ ପୋଲିସ ପବ୍ଲିକ ମିଟିଂରେ କମିସନରଙ୍କ ଆଗରେ ଏପରି ଅଭିଯୋଗ ବାଢିଛନ୍ତି ସହରବାସୀ । ଏହାଛଡା ଏହି ପୋଲିସ-ଜନତା ସମ୍ପର୍କ ଶିବିରରେ ରାଜଧାନୀରେ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଆଲୋଚନା କରାଯାଇଛି ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଅଭିଯୋଗ ଅନୁସାରେ ବିନା ଲାଇସେନ୍ସ ଓ ଯୁବପିଢିଙ୍କ ମଧ୍ୟପେ ଦ୍ରୁତ ଗାଡି ଚାଳନା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜୁଛି। ଏହା ସହ ବିଭିନ୍ନ ସ୍ଥାନରେ ପୋଲିସ ଚେକିଂ ଓ ପେଟ୍ରୋଲିଂ ଅଭାବ ଯୋଗୁ ଉଦ୍‌ଭ୍ରାନ୍ତ ଯୁବକ ଉତ୍ପାତ କରୁଛନ୍ତି । ଏସବୁ କଡାକଡି କରିବାକୁ ଅନୁରୋଧ କରିଛନ୍ତି ରାଜଧାନୀବାସୀ । ଏପରିକି ସ୍ଥାନୀୟ ଅଞ୍ଚଳରେ ନିଶା କାରବାର ଓ ଲୁଟପାଟ କରି ପୁରୀ ,ଜଟଣି ଓ ଜାଗମରା ରାସ୍ତା ଦେଇ ଖସିଯାଉଛନ୍ତି ଅନେକ ଅଭିଯୁକ୍ତ । ଏ ନେଇ କଡା ନଜର ରଖିବାକୁ ପୋଲିସ କମିସନରଙ୍କୁ ଜଣାଇଛନ୍ତି ସ୍ଥାନୀୟ ଜନସାଧାରଣ ।

ଏହି ବୈଠକରେ ପୋଲିସ ସହାୟତାରେ ମାଗଣା ସ୍ବାସ୍ଥ ଚିକିତ୍ସା କରାଯାଇ ବରିଷ୍ଠ ନାଗରିଙ୍କ ସ୍ବାସ୍ଥ ଚିକିତ୍ସା କରାଯାଇଛି । ଏହି ବୈଠକରେ ପୋଲିସ କମିସନର କହିଛନ୍ତି ଏହା ଏକ ମାଧ୍ୟମ ଯାହା ଜରିଆରେ ଲୋକ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ସେ ଦିଗରେ ଆମେ ତୁରନ୍ତ ପଦକ୍ଷେପ ନେଇ ସମାଧାନ କରିବାକୁ ସ୍ଥାନୀୟ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ପୋଲିସ କମିସନର ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Jun 11, 2019, 11:29 PM IST

ABOUT THE AUTHOR

...view details