ଭୁବନେଶ୍ବର: ଆସନ୍ତା 22ରେ ଅନୁଷ୍ଠିତ ହେବ ଇଣ୍ଡିଆ ୱେଷ୍ଟଇଣ୍ଡିଜ ତୃତୀୟ ଦିବସ ମ୍ୟାଚ । ଏନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଦୁଇଟି ବସରେ ଆସିବେ ଖେଳାଳି।
ଖେଳାଳିଙ୍କ ସୁରକ୍ଷା ନେଇ ଟ୍ବିନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି - ଖେଳାଳିଙ୍କ ସୁରକ୍ଷା ନେଇ ଟ୍ବିନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି
କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହେବ ତୃତୀୟ ଦିବସ ମ୍ୟାଚ । ସୁରକ୍ଷା ପାଇଁ ୭୮ ପ୍ଲାଟୁନ ଫୋର୍ସ ମୁତୟନ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ସୂଚନାମୁତାବକ, ମେ ଫେୟାର ହୋଟେଲରେ ରହିବେ ଦୁଇ ଦେଶର ଖେଳାଳି। ସେମାନଙ୍କ ସୁରକ୍ଷା ନେଇ ହୋଟେଲ ସମ୍ମୁଖରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ରାଜଧାନୀରୁ କଟକ ଯିବା ଆସିବା କରିବା ସମୟରେ ଦୁଇ ପାର୍ଶ୍ବ ରୋଡ଼କୁ ସମ୍ପୂର୍ଣ ରୂପେ ବନ୍ଦ କରାଯିବ। ସୁରକ୍ଷା ଦୃଷ୍ଟିରୁ ୭୮ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ