ଓଡିଶା

odisha

ETV Bharat / city

ମିଳୁନି ରକ୍ତଚରିତ୍ର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ, ମିଳିଲା ବୁବୁର ଓପନ ଜିପ୍‌

୨୯ ଜଣିଆ ରକ୍ତଚରିତ୍ର ଗ୍ୟାଙ୍ଗର ଏବେବି ୨୨ ଅଭିଯୁ୍କ୍ତ ଫେରାର ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଗିରଫ ୭ ଜଣକୁ ଛାଡିଦେଲେ, ବାକି ମାନଙ୍କୁ ଗିରଫ କରିବା ପୋଲିସ ପାଇଁ ମୁସ୍କିଲ । ଅଧିକ ପଢନ୍ତୁ

ମିଳୁନି ରକ୍ତଚରିତ୍ର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ, ମିଳିଲା ବୁବୁର ଓପନ ଜିପ୍‌
ମିଳୁନି ରକ୍ତଚରିତ୍ର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ, ମିଳିଲା ବୁବୁର ଓପନ ଜିପ୍‌

By

Published : Nov 21, 2021, 10:57 PM IST

ଭୁବନେଶ୍ବର: ୨୯ ଜଣିଆ ରକ୍ତଚରିତ୍ର ଗ୍ୟାଙ୍ଗର ଏବେବି ୨୨ ଅଭିଯୁ୍କ୍ତ ଫେରାର ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଗିରଫ ୭ ଜଣକୁ ଛାଡିଦେଲେ, ବାକି ମାନଙ୍କୁ ଗିରଫ କରିବା ପୋଲିସ ପାଇଁ ମୁସ୍କିଲ । କାରଣ ଏବେ ପୋଲିସ ଉପରେ ପ୍ରେସର ପଡୁଛି । ଯାହା କାରଣରୁ ସେମାନଙ୍କୁ ଧରିବା ବିଳମ୍ବ ହେଉଛି । କାରଣ ରକ୍ତ ଚରିତ୍ର ଗ୍ୟାଙ୍ଗକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିବା ପୋଲିସ ଟିକେ ଧିମେଇ ଯାଇଛି । ଏପଟେ ପୋଲିସର କହିବାନୁସାରେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବୁବୁ ଜେନା ଓରଫ ଦେବିପ୍ରସାଦ ଜେନା ଏବେ ଫେରାର ଅଛି । ହେଲେ ବୁବୁର ଏକ ଓପନ ଜିପକୁ ପୋଲିସ ଜବତ କରିଛି।

ମିଳୁନି ରକ୍ତଚରିତ୍ର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ, ମିଳିଲା ବୁବୁର ଓପନ ଜିପ୍‌

ସେପଟେ ପୋଲିସର ଓ୍ବାଣ୍ଟେଡ ୨୯ ଲିଷ୍ଟର ସୁରାକ ଲାଗିଛି ETV BHARAT ହାତରେ । ଯେଉଁମାନଙ୍କ ମଧ୍ୟରୁ ୭ ଜଣ ଗିରଫ ହୋଇଥିବା ବେଳେ ବାକି ୨୩ ଜଣଙ୍କ FIR କପି ଲାଗିଛି ପୋଲିସ ହାତରେ, ଯେଉଁମାନଙ୍କୁ ଏବେ ପୋଲିସ ଖୋଜୁଛି । ସେହି FIR କପିର ଟପ ଲିଷ୍ଟରେ ରହିଛି ବୁବୁ ଓରଫ ଦେବି ପ୍ରସାଦ ଜେନା ।

ମିଳୁନି ରକ୍ତଚରିତ୍ର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ, ମିଳିଲା ବୁବୁର ଓପନ ଜିପ୍‌

ତେବେ ପ୍ରଶ୍ନ ଉଠୁଛି ୩୪୧, ୨୯୪, ୫୦୬, ୧୪୯, ୩୮୪, ୩୮୫, ୨୭, ୩୫, ୭ ଦଫା ଲଗାଇ FIR କରି ପୋଲିସ ଖୋଜୁଥିବା ଏହି ଗ୍ୟାଙ୍ଗ ସଦସ୍ୟ କେଉଁଠି । କୁଆଡେ ଗଲା ରକ୍ତଚରିତ୍ର ଗ୍ୟାଙ୍ଗର କିଙ୍ଗ ମେକର ? କେଉଁଠାରେ କରିଛନ୍ତି ଆତ୍ମଗୋପନ ? କାହା ଛାତ୍ର ଛାୟା ତଳେ ଗାଏବ ହୋଇଛି ଦେବୀପ୍ରସାଦ ଜେନା ଓରଫ ବୁବୁ ? ରିମାଣ୍ଡରେ ନେଇ ଗିରଫ ଅଭିଯୁକ୍ତଙ୍କୁ ତଥ୍ୟ ଯୋଗାଡ କରିଥିଲେ ବି ପୋଲିସ ଏବେ କ୍ଲୁଲେସ । ସେପଟେ ପୋଲିସ କହିଛି ପତିଆରା ଓ ଫୁଟାଣି ପାଇଁ କରିଥିଲେ ଭିଡିଓ।

ତେବେ ଫିଲ୍ମ ଦେଖି ଖଳନାୟକଙ୍କ ଆକ୍ସନ କପି କରୁଥିବା ଗ୍ୟାଙ୍ଗ କାହିଁକି ମୋଷ୍ଟ ଓ୍ବାଣ୍ଟେଡ । ପତିଆରା ଜାହିର ପାଇଁ ଭିଡିଓ ଭାଇରାଲ କରୁଥିଲେ ଏହି ଗ୍ରୁପ୍ । ଗ୍ୟାଙ୍ଗର ପରିଚୟ ଦେଇ ଭୟଭୀତ କରୁଥିଲେ କିଛି ହାତଗଣତି ପେସାଦାର ଗିରଫ ଅପରାଧି । ହେଲେ ବାକି ଗ୍ରୁପର ସଦସ୍ୟଙ୍କ ନାଁରେ ହୋଇଥିବା ଏଫାଇଆରକୁ ନେଇ ଏବେ ପ୍ରଶ୍ନ ଉଠିଛି । କାରଣ ଏମାନଙ୍କ ମଧ୍ୟରେ ଅଛନ୍ତି ବିଟେକ ଓ ବିବିଏ ଭଳି କଲେଜ ପଢୁଆ ଛାତ୍ର । ଯେଉଁମାନଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ନଥିଲେ ବି ଏଭଳି ଭିଲିଆନ କରି ଭିଡିଓ କରି ଛାଡିବା ପାଇଁ FIR ଯୋଡି ହୋଇଛି ଏମାନଙ୍କ ନା‌ଁ । ଯାହାକୁ ନେଇ ଏଭଳି ପିଲାଙ୍କ ଭବିଷ୍ୟତ କିଏ ଖରାପ କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି କିଛି ବୁଦ୍ଧିଜୀବୀ । ଏପରିକି ଯଦି FIRକୁ ଆଧାର କରି ଗିରଫ ହୁଅନ୍ତି ତେବେ ଏମାନଙ୍କ ଭବିଷ୍ୟତ କ୍ରିମିନାଲର ରେକର୍ଡ ଗଡିବ ଯାହାକି ଆଗକୁ ଚାକିରି କ୍ଷେତ୍ରରେ ପ୍ରଭାବ ପଡିବ । ଯାହାକୁ ନେଇ ଚିନ୍ତାରେ ଗିରଫ ହୋଇନଥିବା କିଛି ଗ୍ରୁପ ସଦସ୍ୟଙ୍କ ପରିବାର।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details