ଭୁବନେଶ୍ବର: ଦିବଙ୍ଗତ ସାମ୍ବାଦିକଙ୍କ ଗାଥାକୁ ତାଜା କରିବା ପାଇଁ ଆରମ୍ଭ ହେଲା କ୍ରିକେଟ ମ୍ୟାଚ । ‘‘ଅରିନ୍ଦମ ପ୍ରବୀର ମେମୋରିଆଲ କପ’’ ଆରମ୍ଭ କଲା ପୋଲିସ । ପ୍ରତ୍ୟକ ବର୍ଷ ସାମ୍ବାଦିକଙ୍କ ସହ ଖେଳାଯିବ ବନ୍ଧୁତ୍ବପୁର୍ଣ୍ଣ ମ୍ୟାଚ ।
ଚଳିତ ବର୍ଷ କ୍ରିକେଟ ମ୍ୟାଚରେ ପୋଲିସ ଟିମ ହାରିଥିଲା ବେଳେ ଗଣମାଧ୍ୟମ ଟିମ ଜିତିଛି । ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ କ୍ରାଇମ ରିପୋର୍ଟରଙ୍କୁ ନେଇ ୨ଟି ମ୍ୟାଚ ସାମ୍ନା କରିଥିଲା ପୋଲିସ । ପ୍ରଥମ ମ୍ୟାଚରେ କମିଶନରେଟ ପୋଲିସ ନିର୍ଦ୍ଧାରିତ 12 ଓଭରରେ 76 ରନ୍ ଟାର୍ଗେଟ ଦେଇଥିଲେ ପ୍ରିଣ୍ଟ କ୍ରାଇମ ରିପୋର୍ଟରସ ଟିମକୁ । କିନ୍ତୁ, ଏହାକୁ ମାତ୍ର 10 ଓଭରରେ ଜିତି ନେଇଥିଲେ ପ୍ରିଣ୍ଟ କ୍ରାଇମ ରିପୋର୍ଟରସ ଟିମ ।
ସେହିପରି ଫାଇନାଲ ମ୍ୟାଚରେ ଇଲେକଟ୍ରୋନିକ ମିଡିଆ ଟସ୍ ଜିତି କମିଶନରେଟ ପୋଲିସକୁ ଦେଇଥିଲା ବ୍ୟାଟିଂ । ନିର୍ଦଅଦାରିତ 12 ଓଭରରେ 86 ରନ୍ ସଂଗ୍ରହର ଟାର୍ଗେଟ ଦେଇଥିଲା ପୋଲିସ । ହେଲେ ଏହାକୁ ପିଛା କରି ଇଲେକଟ୍ରୋନିକ ମିଡିଆ କଡା ପ୍ରତିଦ୍ବନ୍ଦିତାର ସହ ମୁକାବିଲା କରି 11 ଓଭରରେ 7 ୱିକେଟ୍ ହରାଇ ବାଜି ମାରିନେଇଥିଲେ ଇଲୋକ୍ଟ୍ରୋନିକ୍ସ କ୍ରାଇମ ରିପୋର୍ଟର ୧୧ ଟିମ ।