ଓଡିଶା

odisha

ETV Bharat / city

ଆସିଲା ପଦକ, ମିଳିଲା ନାହିଁ; କଣ୍ଟା ସାଜିଲା ଏସଟିଏଫ - ବେଆଇନ ଖଣି

ସେବା କାର୍ଯ୍ୟରେ ଉଲ୍ଲେଖନୀୟ ସେବା ପାଇଁ ମିଳିଥାଏ ରାଷ୍ଟ୍ରପତି ପଦକ । ହେଲେ ବାବୁଙ୍କ ପାଇଁ ପଦକ ଆସିଲା ଅଟକି ଗଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 15, 2019, 5:45 PM IST

ଭୁବନେଶ୍ବର: ଦୀର୍ଘଦିନ ଧରି ଖୋର୍ଦ୍ଧାରେ ଚାଲିଥିବା ବେଆଇନ ଖଣି କାରବାରକୁ ରୋକ ଲଗାଇବା ପାଇଁ ଏବେ ଅଣ୍ଟା ଭିଡିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ବାରମ୍ବାର ଚଢାଉ ଗିରଫ ପରେ ଏବେ ଏହି ଖଣି ମାଫିଆଙ୍କ ବିଷୟରେ ଅଧିକ ତଥ୍ୟ ହାସଲ ପାଇଁ ଥାନା ବାବୁଙ୍କୁ ହୋଇଛି ଡାକରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଆଉ ଫଳ ସ୍ବରୁପ ଥାନା ବାବୁଙ୍କୁ ଚଳିତ ଥର ମିଳିବାକୁ ଥିବା ରାଷ୍ଟ୍ରପତି ପୋଲିସ ପଦକ ଅଟକି ଗଲା । ଏମିତି ଏକ ଘଟଣା ହୋଇଛି ଖୋର୍ଦ୍ଧାରେ । ଏସଟିଏଫ ଖଣି ମାଫିଆଙ୍କୁ ଧରିବା ପାଇଁ ଜାଲ ବିଛାଇଛି । କିନ୍ତୁ ଖୋର୍ଦ୍ଧା ଥାନା ଅଧିକାରୀ ବିକ୍ରମ କେଶରୀ ଜେନା ଆସିଯାଇଛନ୍ତି ଏସଟିଏଫ ସ୍କାନରକୁ । ଆସନ୍ତା 19 ତାରିଖରେ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ହୋଇଛି ନୋଟିସ ।

ଯାହା ଦ୍ବାରା ଖୋର୍ଦ୍ଧା ଥାନା ଅଧିକାରୀ ବିକ୍ରମ କେଶରୀ ଜେନାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପାଇଁ ନା ଘୋଷଣା ହୋଇଥିଲେ ମଧ୍ୟ ଆଜି ତାଙ୍କୁ ଦିଆଯାଇ ନାହିଁ । ପଦକ ମିଳିବା ନିଶ୍ଚିତ ଥିବା ଜାଣି ଆଜି ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ମଧ୍ୟ ଥିଲେ ବିକ୍ରମ । କିନ୍ତୁ ତାଙ୍କ ନାଁ କୁ ଡକାଯାଇନଥିଲା । ଏହି ଘଟଣା ପରେ ବିକ୍ରମ କେଶରୀ ଜେନାଙ୍କ କାର୍ଯ୍ୟ କଳାପକୁ ନେଇ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details