ଓଡିଶା

odisha

ETV Bharat / city

ପୋଲିସ ପଦକ ଘୋଷଣା; ରାଜ୍ୟରୁ ପାଇବେ 29 - 71ତମ ସାଧାରଣତନ୍ତ୍ର ଦିବସ

ଘୋଷଣା ହେଲା ପୋଲିସ ପଦକ। 71 ତମ ସାଧାରଣତନ୍ତ୍ର ଦିବସ ଅଭ୍ୟବହିତ ପୂର୍ବରୁ ଏନେଇ ହୋଇଛି ଘୋଷଣା।

Police medal announced
Police medal announced

By

Published : Jan 25, 2020, 5:37 PM IST

ଭୁବନେଶ୍ବର: 71ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଘୋଷଣା ହୋଇଛି ରାଷ୍ଟ୍ରପତି ପୋଲିସ ପଦକ । 3ଟି ବର୍ଗରେ ସାରା ଦେଶରୁ ମୋଟ 1040 ଜଣଙ୍କୁ ମିଳିବ ଏହି ପୁରସ୍କାର। ରାଜ୍ୟରୁ 29 ଜଣ ପୋଲିସ କର୍ମଚାରୀ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 16 ଜଣଙ୍କୁ ପୋଲିସ ସାହସିକତା ପଦକ ମିଳିବ । ଏଥିସହିତ ବିଶିଷ୍ଟ ସେବା ପାଇଁ ୨ ଜଣ ପୋଲିସ ଅଧିକାରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମଧ୍ୟ ପଦକ ମିଳିବ।

ଏଡିଜି ଆର.ପି କୋଚେ ଏବଂ ଭିଜିଲାନ୍ସ ଏସଆଇ ମନୋରଞ୍ଜନ ସାମଲ ବିଶିଷ୍ଟ ସେବା ପଦକ ପାଇବେ । ସେହିପରି ଏଏସପି ବିଶ୍ବନାଥ ମିଶ୍ର, କମାଣ୍ଡାଣ୍ଟ ବାଳକୃଷ୍ଣ ମିଶ୍ର, ଏଏସପି ସୁଶାନ୍ତ ବିଶ୍ବାଳ, ଇନ୍ସପେକ୍ଟର ଆଶିଷ ମିଶ୍ର ଉଲ୍ଲେଖନୀୟ ସେବା ପଦକ ପାଇବେ। ଅନ୍ୟପଟେ ଏସଆଇ ଗଗନ ନାୟକଙ୍କ ସମେତ ୧୬ ଜଣ ପୋଲିସ ଅଧିକାରୀ ସାହସିକତା ପଦକ ପାଇବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details