ଓଡିଶା

odisha

ETV Bharat / city

ଆକ୍ରୋଶ ଝାଡିଲେ ବରିଷ୍ଠ ନାଗରିକ, ପୋଲିସ ବୈଠକରେ ଜଣାଇଲେ କ୍ଷୋଭ

ପୋଲିସ ବୈଠକରେ ରାଜଧାନୀରେ ବଢୁଥିବା ଅପରାଧକୁ ନେଇ ପ୍ରଶ୍ନ ବାଣରେ ପୋଲିସକୁ ଘେରିଲେ ବରିଷ୍ଠ ନାଗରିକ । ଅଧିକ ପଢନ୍ତୁ

ଅକ୍ରୋଶ ଝାଡିଲେ ବରିଷ୍ଠ ନାଗରିକ, ପୋଲିସ ବୈଠକରେ ଜଣାଇଲେ କ୍ଷୋଭ
ଅକ୍ରୋଶ ଝାଡିଲେ ବରିଷ୍ଠ ନାଗରିକ, ପୋଲିସ ବୈଠକରେ ଜଣାଇଲେ କ୍ଷୋଭ

By

Published : May 22, 2022, 7:38 AM IST

ଭୁବନେଶ୍ବର:ଘର ସାମ୍ନାରେ ଡ୍ରଗ୍ସ ଖାଉଛନ୍ତି ଲୋକ । ଆଖି ଆଗରେ ଝାମ୍ପି ନେଉଛନ୍ତି ସୁନା ଚେନ ‌। ଫୁଲ ତୋଳିବା ବେଳେ ଘରେ ପଶୁଛନ୍ତି ଚୋର। ବାଟରେ ଗଲାବେଳେ ରାସ୍ତାରେ ଗାଡି ପାର୍କିଂରେ ସମସ୍ୟା । ରାତିରେ ଡିଜେ ବଜାଇବାଠୁ ଆରମ୍ଭ କରି ଗଳିରେ ପିଲାଙ୍କ ଉତ୍ପାତ ଏଭଳି ଅନେକ ପ୍ରଶ୍ନ ବାଣରେ ପୋଲିସକୁ ଘେରିଲେ ବରିଷ୍ଠ ନାଗରିକ । ପୋଲିସ ସେବା ଭବନରେ ହୋଇଥିବା ୧ନମ୍ବର ଜୋନାଲ ଏସିପିଙ୍କ ଅଞ୍ଚଳର ବରିଷ୍ଠ ନାଗରିକ ମାନେ ଏକାଠି ହୋଇ ପୋଲିସ ସହ ଆଲୋଚନା କରିଥିବା ବେଳେ ଏହ ସବୁ ପ୍ରଶ୍ନ କରିଛନ୍ତି ।

ଅକ୍ରୋଶ ଝାଡିଲେ ବରିଷ୍ଠ ନାଗରିକ, ପୋଲିସ ବୈଠକରେ ଜଣାଇଲେ କ୍ଷୋଭ

ଖାରବେଳନଗର ଥାନା ଏବଂ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ବରିଷ୍ଠ ନାଗରିକ ପୋଲିସ କମିଶନରଙ୍କୁ ସହରରେ ବଢୁଥିବା ଅପରାଧକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ତେବେ ଏହି ସବୁ ଅଭିଯୋଗକୁ ଶୁଣିବା ସହ ଏ ଦିଗରେ ପୋଲିସ ଆହୁରି ଯତ୍ନଶୀଳ ହେବ ବୋଲି କହିଛନ୍ତି ପୋଲିସ କମିଶନର । ତେବେ ପାଟ୍ରୋଲିଂ ପାଇଁ ମାତ୍ର 35ଟି ପିସିଆର ଗାଡି ଭୁବନେଶ୍ୱର ରେ ଗଡୁଛି। ପୋଲିସର‌ କମ୍ ଷ୍ଟାଫ ଅଛନ୍ତି ତେଣୁ ସୀମିତ ସାମର୍ଥ୍ୟରେ ପାଟ୍ରୋଲିଂ ହେଉଛି ବୋଲି ବରିଷ଼୍ଠ ନାଗରିକ ମାନଙ୍କୁ କହିଥିଲେ ପୋଲିସ କମିଶନର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details