ଭୁବନେଶ୍ବର: ‘‘ମୁଁ ବହୁତ କଷ୍ଟ ପାଇଲିଣି, ଦୁଇ ଦିନ ହେଲା ଖାଇନି, ସହିପାରୁନି ସେ ମୋତେ ବହୁତ ଟର୍ଚ୍ଚର କରିଛି । ମା’ ତୁ ଭଲ, ତୋ କଥା ମନେ ପଡିବ, ମୋ ମୁଣ୍ଡ କ’ଣ ହୋଇଯାଉଛି, ସେ ମତେ ବାରମ୍ବାର ବାଧ୍ୟ କରୁଛି, କହୁଛି ତୁ ମରିଯା । ସରି ମା’ ମୁଁ ତୋ କଥା ରଖିପାରିଲିନି, ମା ମତେ ଭୋକ ଲାଗୁଛି, ମା ସବୁଦିନ ଖାଇବାକୁ ଦେବାକୁ ଆସିବୁ ନା ! ବାପା ମୁଁ ତୁମକୁ ଭଲପାଏ, ପାରିବ ତ କ୍ଷମା କରିବ, ମୋ ପରି ଆଉ କାହାକୁ ଟ୍ରଷ୍ଟ କରନି, ମା ମୋତେ ବହୁତ ଖରାପ ଭାଷାରେ ଗାଳି କରିଛି ସେ, ସବୁ ମୋ ଫୋନରେ ଅଛି, ଯାଉଛି ମା’ ଯିବାକୁ ଇଚ୍ଛା ହଉନି, ଯିବାକୁ ତ ଇଚ୍ଛା ନାହିଁ, ମୁଁ ଆଉ ପାରିବିନି । ଭାବିଥିଲି ଜବ କରିବି ବାପାଙ୍କ ଡ୍ରିମ ପୂରା କରିବି ହେଲେ ଆଉ ପାରୁନି, ତୁମ ମାନଙ୍କୁ ବହୁତ ମିସ କରିବି ବହୁତ ବହୁତ।’’ ଏମିତି କିଛି ଲେଖି ସୁଇସାଇଡ କରିଛନ୍ତି ଭଦ୍ରକ ତିହିଡ ଅଞ୍ଚଳର ଏମସିଏ ଛାତ୍ରୀ ଆଶ୍ରିତା ସେନାପତି ।
ଇନଫୋସିସ୍ କର୍ମଚାରୀ ପାଇଁ MCA ଛାତ୍ରୀଙ୍କ ସୁଇସାଇଡ୍, ସାମ୍ନାକୁ ଆସିଲା ସୁଇସାଇଡ ନୋଟ୍ - ଆଚାର୍ଯ୍ୟବିହାର ଛାତ୍ରୀଙ୍କ ସୁଇସାଇଡ୍ ନୋଟ୍
ଭୁବନେଶ୍ବର ଆଚାର୍ଯ୍ୟବିହାର ନିଜ ରୁମରେ ସୁଇସାଇଡ କରିଥିବା ଆଶ୍ରିତାଙ୍କ ଆସିଛି ଭାବପୂର୍ଣ୍ଣ ଚିଠି । ସେ ଲେଖିଛନ୍ତି, ମୁଁ ବହୁତ କଷ୍ଟ ପାଇଲିଣି, ଦୁଇ ଦିନ ହେଲା ଖାଇନି, ସହିପାରୁନି ସେ ମୋତେ ବହୁତ ଟର୍ଚ୍ଚର କରିଛି ଇତ୍ୟାଦି । ଅଧିକ ପଢନ୍ତୁ
ଭୁବନେଶ୍ବର ଆଚାର୍ଯ୍ୟବିହାର ନିଜ ରୁମରେ ସୁଇସାଇଡ କରିଛନ୍ତି ଆଶ୍ରିତା । ମଙ୍ଗଳବାର ତା’ର ମୃତଦେହକୁ ଜବତ କରିଥିଲା ସହିଦନଗର ପୋଲିସ । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ଉଭୟଙ୍କର ଗୋଟିଏ ଗାଁ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ 2014ରୁ ପ୍ରେମ ସଂପର୍କ ରହିଥିଲା । ସତ୍ୟପ୍ରକାଶ ଇନଫୋସିସରେ ବ୍ରେଭରେଜରେ କାମ କରୁଥିବା ଜଣାଯାଇଛି । ତେବେ ଆଶ୍ରିତା ଅନ୍ୟ କାହା ସହିତ ସମ୍ପର୍କରେ ରଖିଥିବା ନେଇ ସନ୍ଦେହ କରୁଥିଲା ସତ୍ୟପ୍ରକାଶ । ଏଥିଯୋଗୁଁ ଆଶ୍ରିତାକୁ ମାଡଗାଳି ଦେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗତ ଜୁଲାଇ ୪ତାରିଖ ସନ୍ଧ୍ୟରେ ଅଭିଯୁକ୍ତ ସତ୍ୟପ୍ରକାଶ ଯୁବତୀକୁ ହଷ୍ଟେଲ ସାମ୍ନାରେ ମାଡ ମାରିଥିଲା । ଏହାପରେ ଆଶ୍ରିତା ରୁମକୁ ଯାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ପୋଲିସ କହିବା ମୁତାବକ, ମୃତ ଯୁବତୀକୁ ଉଭୟ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ତାଙ୍କ ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାସ । ଅଭିଯୁକ୍ତ ଆଶ୍ରିତାକୁ ଅତ୍ୟଧିକ ମାଡ ମାରିିଥିବା ଯୋଗୁଁ ଝିଅଟିର ମୁହଁରେ ଅନେକ ଦାଗ ରହିଛି ବୋଲି କହିଛନ୍ତି ଜୋନ 5 ଏସିପି ସଞ୍ଜୀବ ଶତପଥୀ । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସତ୍ୟପ୍ରକାଶକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।
ଇଟିଭି ଭାରତ, ଭୁବନେଶ୍ବର