ଭୁବନେଶ୍ବର: ଗାନ୍ଧୀ ମାର୍ଗରୁ ଏଏନଏମ କର୍ମୀଙ୍କୁ ଉଠେଇନେଲା ପୋଲିସ । ଆଜି(ଶନିବାର) ସକାଳୁ ସକାଳୁ ପୋଲିସ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଠିଯିବାକୁ କହିଥିଲା। କିନ୍ତୁ ସେମାନେ ପୋଲିସ କଥା ନଶୁଣିବାରୁ ଜୋର ଜବରଦସ୍ତି ପୋଲିସ ଉଠାଇ ନେଇଥିବା ଦେଖିବାକୁ ମିଳିଛି ।
ବିଭିନ୍ନ ଦାବି ନେଇ ଦୀର୍ଘ 62 ଦିନ ହେବ ଧାରଣାରେ ବସିଥିଲା ଏଏନଏମ କର୍ମୀ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ଦୁଷ୍ଟିରେ ରଖି ଆଗରୁ ପୋଲିସ ଏଭଳି କାର୍ଯ୍ୟ ହାତକୁ ନେଇଛି। ସେପଟେ ଆମେ ସାଧାରଣତନ୍ତ୍ର ଦିବସକୁ ପୂର୍ଣ୍ଣ ସମ୍ମାନ ଦେଇଥିଲୁ କିନ୍ତୁ ପୋଲିସ ଏଭଳି ଜୋର ଜବରଦସ୍ତି କାଯ୍ୟ ନିନ୍ଦନୀୟ ବୋଲି କହିଛନ୍ତି ଏଏନଏମ କର୍ମୀ।