ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହେଉଛି ଗାଁ ରାଜନୀତି । ଭୋଟ ହାତେଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ଜୋରସୋର କ୍ୟାମ୍ପେନିଂ । ଏପରି ସ୍ଥଳରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସଜାଗ ହେଲା ପୋଲିସ । କମିଶନରେଟ ପୋଲିସର ରିଜର୍ଭ ବାଟାଲିୟନର ଫୋର୍ସ ମାରିଲେ ପଇଁତରା ।
ଏନେଇ କମିଶନରେଟ ପୋଲିସର ଧଉଳି ଥାନାର ତିନି ପଞ୍ଚାୟତରେ ପୋଲିସ କରିଛି ଫ୍ଲାଗ ମାର୍ଚ୍ଚ । ସୁରୁଖୁରୁରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିବା ପାଇଁ ପୋଲିସ ଚଳାଇଛି ପ୍ରସ୍ତୁତି । ଧଉଳି ଥାନାର ସମ୍ବେଦନ ୨୯ ନମ୍ବର ଜୋନ ଶିଶୁପାଳଗଡ, ଟିକରପଡା ଆଦି ବିଭିନ୍ନ ଅଞ୍ଚଳରେ ପୋଲିସ କରିଛି ଫ୍ଲାଗ ମାର୍ଚ୍ଚ । ନିର୍ବାଚନୀ ହଂସା ଏଡାଇବା ପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଦେଇଛି ପୋଲିସ ।