ଓଡିଶା

odisha

ETV Bharat / city

ଠକ ନକଲି ଡାକ୍ତର ପଛରେ ୧୦ ଅଫିସର, ଅପରାଧୀକୁ ଧରିବାରେ ପୋଲିସ ବିଫଳ - ରାଜଧାନୀରେ ହାଡକୋର କ୍ରିମିନାଲ

ରାଜଧାନୀରେ ଖୁଲମଖୁଲା ବୁଲୁଛନ୍ତି ହାଡକୋର କ୍ରିମିନାଲ । ହେଲେ ଠକ ନକଲି ଡାକ୍ତରକୁ ଧରିବା ପାଇଁ ଲାଗିଛନ୍ତି ୧୦ ଅଫିସର। ବାସ୍ତବିକ ଅପରାଧୀକୁ ଧରିବାରେ ବିଫଳ ପୋଲିସ । ଅଧିକ ପଢନ୍ତୁ

ଠକ ନକଲି ଡାକ୍ତର ପଛରେ ୧୦ ଅଫିସର, ଅପରାଧିକୁ ଧରିବାରେ ପୋଲିସ ବିଫଳ
ଠକ ନକଲି ଡାକ୍ତର ପଛରେ ୧୦ ଅଫିସର, ଅପରାଧିକୁ ଧରିବାରେ ପୋଲିସ ବିଫଳ

By

Published : Feb 26, 2022, 12:26 PM IST

ଭୁବନେଶ୍ବର: ରାଜଧାନୀରେ ଖୁଲମଖୁଲା ବୁଲୁଛନ୍ତି ହାଡକୋର କ୍ରିମିନାଲ । ହେଲେ ଠକ ନକଲି ଡାକ୍ତରକୁ ଧରିବା ପାଇଁ ଲାଗିଛନ୍ତି ୧୦ ଅଫିସର। ଠକେଇର ନେଟଓର୍କ ଖୋଲିବାକୁ ଗଠନ ହୋଇଛି SIT ଟିମ । ଆଉ ଏହି ଟିମର ସମୀକ୍ଷା କରୁଛନ୍ତି ଖୋଦ ପୋଲିସ କମିସନର । ହେଲେ ବାସ୍ତବିକ ଅପରାଧିକୁ ଧରିବାରେ ବିଫଳ ପୋଲିସ ।

ଠକ ନକଲି ଡାକ୍ତର ପଛରେ ୧୦ ଅଫିସର, ଅପରାଧିକୁ ଧରିବାରେ ପୋଲିସ ବିଫଳ

ନୂଆନୂଆ ତରିକା ଆପଣାଇ ଅପରାଧ ମଚାଉଛନ୍ତି ଅପରାଧୀ ତଥାପି ପୋଲିସର ହାତ ଖାଲି। କିଛି ଦିନ ଧରି ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ରାଜଧାନୀରେ ଆତଙ୍କ ମଚାଇଲେ ସୁଦ୍ଧା ଅପରାଧୀର ସୁରାକ ପାଉନି ପୋଲିସ । ହେଲେ ଏସବୁ ଦିଗରେ ପୋଲିସ ଧ୍ୟାନ ନଦେଇ ନକଲି ଡାକିତରର କଳା କାରନାମାର ରିଭ୍ୟୁ କରିବାରେ ପୋଲିସ ବେଶ ସକ୍ରିୟ । ପ୍ରେସମିଟ କରି ଠକ ଠକେଇର ପୁରୁଣା କଳା ଚିଠା ଦେଉଛନ୍ତି କମିସନର। ଏଥିପାଇଁ ୧୦ ଜଣିଆ ଟିମ ଗଠନ କରି ତଦନ୍ତ କରୁଥିବା କହିଛନ୍ତି। ହେଲେ ସହରରେ ଘଟୁଥିବା ଅପରାଧ ସମ୍ପର୍କରେ ପଦୁଟିଏ ମୁହଁ ଖୋଲୁନାହାନ୍ତି କମିଶନର ।

ନଜର ପକାନ୍ତୁ ପୋଲିସର ଦୁର୍ବଳ ତଦନ୍ତ ଓ ବିଫଳତା ଉପରେ

  • ୬ ଡିସେମ୍ବର ଖଣ୍ଡଗିରି ଡେଲଟା ଛକରୁ ଲକ୍ଷ୍ମୀ ନାରାୟଣ ଜୁଏଲରି ଦୋକାନରେ ରାତି ଅଧରେ ଫ୍ଲେକ୍ସ କଭର କରି ଗ୍ୟାସ କଟରରେ ସଟର ତାଡି ୧ ୨ଲକ୍ଷ ଟଙ୍କାର ଗହଣା ସହ କ୍ୟାସ ନେଇ ଛୁ ମାରିଥିଲେ ଅପରାଧି । ହେଲେ ଏଯାବତ ଗ୍ୟାଙ୍ଗର ସୁରାକ ପାଉନି ପୋଲିସ ।
  • ୮ ଜାନୁଆରୀ ବାଲିଅନ୍ତା ଥାନା ଶିଶଲୋ ଅଞ୍ଚଳରେ ମା ଦକ୍ଷିଣେଶ୍ବରି ଗହଣା ଦୋକାନର ପଛପଟ କାନ୍ଥ କାଟି ସୁଡଙ୍ଗ କରି ୧୦ଲକ୍ଷ ଟଙ୍କାର ଗହଣା ଲୁଟିଥିଲେ ଗ୍ୟାଙ୍ଗ ।
  • ୨୨ ଜାନୁଆରୀ ଲକ୍ଷ୍ମୀସାଗର‌ ଥାନାର ଏକ ଗହଣା ଦୋକାନରୁ ୧୨ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ନେଇ ଛୁ ମାରିଥିଲେ ଦୁର୍ବୃତ୍ତ ।
  • ୧୫ ଜାନୁଆରୀରେ ପ୍ରେସଛକ ବିଭତ୍ସ ହତ୍ୟାକାଣ୍ଡ। ଭାଇଗିରି ଓ କଥା କଟାକଟିକୁ ନେଇ ଗଡିଥିଲା ମୁଣ୍ଡ। ନିରଞ୍ଜନ ପରିଡା ହତ୍ୟା ମାମଲା ସହ ଛୁରାମାଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ ବି ମିଳୁନି ମାଷ୍ଟରମାଇଣ୍ଡ ହତ୍ୟାକାରିର ସୁରାକ ।
  • ଡିସେମ୍ବର ୩ ତାରିଖ ରସୁଲଗଡ ଓଭରବ୍ରିଜ ନିକଟରେ ସନ୍ତୋଷ ରାଉତ ନାମକ ବ୍ୟବସାୟିକୁ ନିର୍ମମହତ୍ୟା କରିଥିଲେ ଦୁର୍ବୁର୍ତ୍ତ। ଯେଉ ଘଟଣାରେ ହତ୍ୟାକାରିକୁ ଧରିପାରିନଥିବା ବେଳେ ଏବେବି ପୋଲିସ ହତ୍ୟାକାରିର ସୁରାକ ପାଉନି ।

ଯାହାକୁ ନେଇ ବର୍ତ୍ତମାନ ସହରବାସୀଙ୍କ ସୁରକ୍ଷା ନେଇ ଉଠୁଛି ପ୍ରଶ୍ନ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details