ଓଡିଶା

odisha

ETV Bharat / city

'ପୋଲିସ ସରକାରଙ୍କ ରକ୍ଷକ ହେଉ ଭକ୍ଷକ ନସାଜୁ' - ରାଜମହଲ ଛକରେ ପୋଲିସ ଏବଂ  ଜନସାଧାରଣଙ୍କ ମଧ୍ୟରେ ମୁହାଁମୁହିଁ

ଶନିବାର ରାଜମହଲ ଛକଠାରେ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାକୁ ନେଇ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ନିଜ ମତ ରଖିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 8, 2019, 4:22 AM IST

ଭୁବନେଶ୍ବର: 'ପୋଲିସ ସରକାରଙ୍କ ରକ୍ଷକ ହେଉ ଭକ୍ଷକ ନସାଜୁ ।' ଟ୍ରାଫିକ ଚେକିଂକୁ ନେଇ ଶନିବାର ରାଜମହଲ ଛକରେ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ମୁହାଁମୁହିଁ ଘଟଣାକୁ ନେଇ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଏପରି ମତ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ସାରା ଦେଶରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ ନିୟମ ଦ୍ବାରା ଜନସାଧାରଣ ମୋଟା ଅଙ୍କର ଜୋରିମାନା ଗଣୁଛନ୍ତି । ଶନିବାର ସାଧାରଣ ଲୋକେ ପୋଲିସ ଭ୍ୟାନ ଠାରୁ ଆରମ୍ଭ କରି ସରକାରୀ ଗାଡିର କାଗଜ ପତ୍ର ମାଗିଥିଲେ । ଯାହାଫଳରେ ଶନିବାର ରାଜମହଲ ଛକଠାରେ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପୋଲିସ ସାଧାରଣ ଲୋକଙ୍କ ଉପରେ ଆଖିବୁଜା ଲାଠି ଚାଳନା କରିଥିଲା ।

ତେବେ ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଥିବା ବେଳେ ବହୁ ବୁଦ୍ଧିଯିବି ଏହାକୁ ନେଇ ନିଜର ମତ ରଖିଥିଲେ । ଯଦି ସରକାର ନିୟମ କରୁଛନ୍ତି ପ୍ରଥମେ ସରକାର ନିଜ ଉପରେ ଭଲ ଭାବରେ ଲାଗୁ କରନ୍ତୁ । ତାପରେ ସାଧାରଣ ଲୋକଙ୍କ ଉପରେ ଲାଗୁ କଲେ ଭଲ ବୋଲି ବହୁ ବୁଦ୍ଧିଯିବି ମତ ରଖୁଛନ୍ତି ।

ଅନ୍ୟପଟେ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, ନିୟମ ଲୋକେ ମାନିବେ କିନ୍ତୁ ରାଜ୍ୟ ସରକାର ପ୍ରଥମେ ନିଜେ ସୁଧୁରି ଯାଆନ୍ତୁ । ନିଜ ସରକାରୀ ଅଫିସର କାଗଜ ପତ୍ର ଠିକ୍‌ କରନ୍ତୁ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details