ଓଡିଶା

odisha

ETV Bharat / city

ଏତଲାଧାରୀଙ୍କ ସହ ସିଧାସଳଖ ଫୋନରେ କଥା ହେଲେ ଡିଜିପି

'ମୋ ସରକାର' କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଏତଲାଧାରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଡିଜିପି । ଅଧିକ ପଢନ୍ତୁ...

Police DGP spoke alleger through phone
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 28, 2019, 7:32 PM IST

ଭୁବନେଶ୍ବର: ଚଳିତବର୍ଷ ଗାନ୍ଧୀ ଜୟନ୍ତୀରୁ 'ମୋ ସରକାର' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଶାସନକୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ପ୍ରଥମ ଦଫାରେ ଥାନା ଓ ଡାକ୍ତରଖାନା ସରକାରଙ୍କ ଫୋକସରେ ରହିଥିଲା । ଏହି କ୍ରମରେ ଗୁରୁବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଏତଲାଧାରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଡିଜିପି ସତ୍ୟଜିତ ମହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅଭିଯୋଗକାରୀ ଏତଲା ଦେବା ପରେ ତଦନ୍ତ ଅଧିକାରୀଙ୍କ ସେମାନଙ୍କ ପ୍ରତି ବ୍ୟବହାର, ଲାଞ୍ଚ ମାଗିବା, ତଦନ୍ତରେ କିଭଳି ସହଯୋଗ କରୁଛନ୍ତି ଥାନାଧିକାରୀ, ଅଭିଯୁକ୍ତ ଧରାପଡିବା ପରେ କିଭଳି ନ୍ୟାୟ ମିଳିଛି ସେସବୁ ବିସ୍ତୃତ ଭାବେ ପଚାରି ବୁଝିଥିଲେ ଡିଜିପି । ଟିଟିଲାଗଡ, ଫୁଲବାଣୀ, ଭଦ୍ରକ, ଭଦ୍ରକ ଟାଉନ ଆଦି ଥାନା ଗୁଡିକରେ ହୋଇଥିବା ଅଭିଯୋଗକାରୀଙ୍କ ସହ ମଧ୍ୟ ଫୋନରେ କଥା ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details