ଭୁବନେଶ୍ବର: ମହାମାରୀ କୋରୋନାକୁ ନେଇ ସାରା ଦେଶ ଲକଡାଉନରେ ରହିଛି । ଏପରି ସ୍ଥଳେ କୌଣସି ଆପତ୍ତି ଅଭିଯୋଗ, ସହଯୋଗ ପାଇଁ ଥାନାକୁ ଯିବା ସମ୍ଭବ ନୁହେଁ । ଫଳରେ ରାଜ୍ୟର ଯେକୌଣସି ଲୋକଙ୍କ ପୋଲିସ ସେବା ଆବଶ୍ୟକ ହେଲେ ସେଥିରୁ ବଞ୍ଚିତ ହେବେ । ଏହାସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାକୁ ଦୂର କରିବା ପାଇଁ ଓଡିଶା ପୋଲିସ ଆଜି ( ଶନିବାର) ଏକ ସ୍ବତନ୍ତ୍ର ପଦକ୍ଷେପ ନେଇଛି ।
ଲକଡାଉନ ସମୟରେ ଥାନାକୁ ଆସିବା ଆବଶ୍ୟକ ନାହିଁ: ଡିଜିପିି
ଲକଡାଉନ ସମୟରେ ଥାନାକୁ ଆସିବା ଆବଶ୍ୟକ ନାହିଁ । ଫୋନ କରି ଥାନାକୁ ପୋଲିସର ସହାୟତା ନେବାକୁ ରାଜ୍ୟବାସୀଙ୍କୁ ଡିଜିପିଙ୍କ ଅନୁରୋଧ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
Police dgp
ପୋଲିସ ମହାନିର୍ଦ୍ଦେଶକ ଅଭୟ ଏକ ଭିଡିଓ ଜାରି କରି କହିଛନ୍ତି ଲକଡାଉନ ସମୟରେ ଏସପି ଅଫିସ କିମ୍ବା ନିକଟସ୍ଥ ଥାନାକୁ ଯିବା ସମ୍ଭବ ନୁହେଁ । ସେଥିପାଇଁ ସମସ୍ତ ଥାନାର ଟେଲିଫୋନ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି । ଟେଲିଫୋନ ସେବାରେ ଉନ୍ନତି ଅଣାଯାଇଛି । ଲୋକ ମାନେ ଫୋନ କରି ପୋଲିସର ସହାୟତା ନେଇପାରିବେ । ଆବଶ୍ୟକ ସ୍ଥଳେ ପୋଲିସ ଲୋକଙ୍କ ପାଖରେ ପହଞ୍ଚିବ । ସମସ୍ତ ହେଲ୍ପ ଲାଇନ ନମ୍ବର ୱେବସାଇଟରେ ଉପଲବ୍ଧ କରାଇଛି । ଏହାକୁ ବ୍ୟବହାର କରିବା ପାଇଁ ଡିଜିପି ଅନୁରୋଧ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ