ଭୁବନେଶ୍ବର: ବୁଧବାର ମଧ୍ୟରାତ୍ରରେ ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କୁ ଅଚାନକ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଗତ ଅଗଷ୍ଟ ମାସରେ ଦାୟିତ୍ବ ନେଇଥିବା ଶର୍ମାଙ୍କୁ ହଠାତ ଡିଜିରୁ ଓଏସଡି କରିଥିବା ସରକାରଙ୍କୁ ସମାଲୋଚନା କରୁଛନ୍ତି ବିରୋଧୀ । ଏହି ପ୍ରସଙ୍ଗକୁ ନେଇ ଆଜି ଗୃହରେ ମଧ୍ୟ ଯୋରଦାର ହଙ୍ଗାମା ହୋଇଛି ।
ରାତିଅଧିଆ ଡିଜିପି ପରିବର୍ତ୍ତନ ଠିକ ହୋଇନାହିଁ: ପୂର୍ବତନ ପୋଲିସ ଡିଜି - ଡିଜି ବିଜୟ କୁମାର ଶର୍ମା
ଗତ ମଧ୍ୟରାତ୍ରିରେ ଅଚାନକ ପୋଲିସ ମହାନିର୍ଦ୍ଦେଶକଙ୍କୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଏବେ ରାଜନୀତି ଯୋରଦାର । ଏ ପ୍ରସଙ୍ଗରେ ନିଜ ମତ ରଖିଛନ୍ତି ପୂର୍ବତନ ପୋଲିସ ଡିଜିପି ।

ଏସଏନ ତିୱାରୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ସରକାରଙ୍କ ଏହି ପଦକ୍ଷେପରେ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ଡିଜିପି ଏସଏନ ତିୱାରୀ । ତିୱାରୀ କହିଛନ୍ତି ଯଦି ତାଙ୍କ ବିରୋଧରେ କୌଣସି ଅଭିଯୋଗ ଥିଲା ତଦନ୍ତ କରି ପଦକ୍ଷେପ ନେବାକଥା । ଏମିତି ଅପମାନ ଜନକଭାବେ ରାତି ଅଧିଆ ବଦଳି କରିବା ଠିକ ହୋଇନାହିଁ ବୋଲି ସେ କହିଛନ୍ତି । ଏମିତି ଢଙ୍ଗରେ ପରିବର୍ତ୍ତନ କଲେ ଭବିଷ୍ୟତରେ ଅଫିସରଙ୍କ ମନୋବଳ କମିଯିବ ବୋଲି ସେ ଚେତାଇ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ