ଭୁବନେଶ୍ବର: ରାଜଧାନୀରେ ପୋଲିସ ଦମ୍ପତିଙ୍କ ପାରିବାରିକ କଳହ ବାଟରେ ପଡି ହାଟରେ ଗଡୁଛି । ସ୍ବାମୀକୁ ଅନ୍ୟ ଝିଅ ସହ ଦେଖି ବାଡେଇଛନ୍ତି ପତ୍ନୀ । ଏହାପରେ ଉଭୟ ଦମ୍ପତିଙ୍କ ଝଗଡା ସର୍ବ ସମ୍ମୁଖକୁ ଆସିଛି । ଏପରିକି ମହିଳା ଜଣକ ରାଗରେ ତାଙ୍କ ସ୍ବାମୀଙ୍କ ଗାଡି କାଚ ଭାଙ୍ଗିବା ସହ ତାଙ୍କ ସହ ଥିବା ଝିଅର ସ୍କୁଟି ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡିଛି ।
ପର ଝିଅ ସହ ସ୍ବାମୀକୁ ଦେଖି ବାଡେଇଲେ ପତ୍ନୀ - ସ୍ବାମୀକୁ ବାଡେଇଲେ ସ୍ତ୍ରୀ ଭୁବନେଶ୍ବର
ରାଜଧାନୀରେ ପୋଲିସ ଦମ୍ପତିଙ୍କ ହାଇଡ୍ରାମା । ପର ଝିଅ ସହ ସ୍ବାମୀକୁ ଦେଖି ବାଡେଇଲେ ପତ୍ନୀ । ଅଧିକ ପଢନ୍ତୁ...
ଅନ୍ୟପଟେ ସ୍ବାମୀ ଜଣକ କହିଛନ୍ତି ଯେ, ତାଙ୍କ ପତ୍ନୀ ମାଆ ଓ ଜଣେ ଅତିଥିଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ଥିବାରୁ ସେ କିପରି ଘରକୁ ଆସି ଏପରି କାଣ୍ଡ ଭିଆଇଲେ ସେନେଇ ପ୍ରଶ୍ନ କରିବା ସହ ପତ୍ନୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।
ତେବେ ଉଭୟ ଦମ୍ପତି ପୋଲିସ ବିଭାଗରେ ଚାକିରୀ କରନ୍ତି । ସ୍ବାମୀ ଅମରେଶ ସାହୁ ଘର ଯାଜପୁରରେ ହୋଇଥିବାବେଳେ କେନ୍ଦ୍ରାପଡା ଆଳି ଥାନାର କନଷ୍ଟେବଳ ଭାବେ କାର୍ଯ୍ୟ କରନ୍ତି ଏବଂ ପତ୍ନୀ ଭଗବତୀ ନାୟକ କମିଶନରେଟ ପୋଲିସରେ ବଡଗଡ଼ ଥାନାରେ କନଷ୍ଟେବଳ ଅଛନ୍ତି । ରାଜଧାନୀରେ ଏପରି ହାଇଡ଼୍ରାମା ନେଇ ସର୍ବ ସାଧାରଣରେ ଚର୍ଚ୍ଚା ହେଉଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ