ଓଡିଶା

odisha

ETV Bharat / city

ପୋଲିସ ପଞ୍ଝାରେ ରାଜଧାନୀର ବାଇକ ଲୁଟେରା ଗ୍ୟାଙ୍ଗ, 5 ଗିରଫ - 5 arrested in bbsr

ରାଜଧାନୀରୁ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିଲା ବଡଗଡ ପୋଲିସ । 5 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ । ମାଷ୍ଟର କି ପ୍ରସ୍ତୁତ କରି ଚୋରାଉଥିଲେ ବାଇକ । ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ କଲା ପୋଲିସ। ଅଧିକ ପଢନ୍ତୁ...

ପୋଲିସ ପଞ୍ଝାରେ ରାଜଧାନୀର ବାଇକ ଲୁଟେରା ଗ୍ୟାଙ୍ଗ, 5 ଗିରଫ
ପୋଲିସ ପଞ୍ଝାରେ ରାଜଧାନୀର ବାଇକ ଲୁଟେରା ଗ୍ୟାଙ୍ଗ, 5 ଗିରଫ

By

Published : Oct 14, 2021, 8:49 PM IST

ଭୁବନେଶ୍ବର: ରାଜଧାନୀରୁ ବାଇକ ଲୁଟେରା ଗ୍ୟାଙ୍ଗର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । 5 ଜଣ ଅଭିଯୁକ୍ତଙ୍କ ମଧ୍ୟରେ 2 ଜଣ ଚୋରିରେ ସମ୍ପୃକ୍ତ ଥିବାବେଳେ ଅନ୍ୟ 3 ଜଣ ଚୋରି ସାମଗ୍ରୀ ଗ୍ରହଣ କରିଥିବା ବ୍ୟକ୍ତି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ମୁସରଫ, ମହମ୍ମଦ ଫିରାସତ, ମହମ୍ମଦ ସୌକତ, ମହମ୍ମଦ ସଫିକ ଏବଂ ମହମ୍ମଦ ଅବଦୁଲ ହନିଫ ।

ପୋଲିସ ପଞ୍ଝାରେ ରାଜଧାନୀର ବାଇକ ଲୁଟେରା ଗ୍ୟାଙ୍ଗ, 5 ଗିରଫ

ଗିରଫଦାରୀ ପରେ ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ବିଶେଷ କରି ଭୁବନେଶ୍ବର କୋର୍ଟ, ୧ ନମ୍ବର ହାଟ ସମେତ ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନରୁ ମାଷ୍ଟର କି ତିଆରି କରି ଏହି ଗ୍ୟାଙ୍ଗ ବାଇକ ଚୋରି କରୁଥିଲେ। ଏକାଧିକ ଅଭିଯୋଗ ପରେ ଏମାନଙ୍କୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ରାଜଧାନୀର ବଡଗଡ ଥାନା ପୋଲିସ। ଶେଷରେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details