ଓଡିଶା

odisha

ETV Bharat / city

ରାସ୍ତାମଝିରେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଦେଲେ କନେଷ୍ଟବଳ ! - ଇଟିଭି ଭାରତ ର ମହାପ୍ରଭାବ

'ଇଟିଭି ଭାରତ' ର ମହାପ୍ରଭାବ। ଗତ କିଛିଦିନ ତଳେ ଏମିତି ଏକ ଚିତ୍ର ଆମେ ଦେଖାଇଥିଲୁ । ମୁଖ୍ୟମନ୍ତ୍ରୀଙ୍କ କାରକେଡ ନେଇ ଫସିଥିଲା ଆମ୍ବୁଲାନ୍ସ । ଆଉ ଏହି ଖବର ପ୍ରସାରଣ ପରେ ଚେତିଛି ପୋଲିସ ପ୍ରଶାସନ। ଅଧିକ ପଢନ୍ତୁ...

ରାସ୍ତାମଝିରେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଦେଲେ କନେଷ୍ଟବଳ !
ରାସ୍ତାମଝିରେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଦେଲେ କନେଷ୍ଟବଳ !

By

Published : Mar 2, 2020, 9:39 PM IST

ଭୁବନେଶ୍ବର: 'ଇଟିଭି ଭାରତ' ର ମହାପ୍ରଭାବ। ଗତ କିଛିଦିନ ତଳେ ଏମିତି ଏକ ଚିତ୍ର ଆମେ ଦେଖାଇଥିଲୁ । ମୁଖ୍ୟମନ୍ତ୍ରୀଙ୍କ କାରକେଡ ନେଇ ଫସିଥିଲା ଆମ୍ବୁଲାନ୍ସ । ଆଉ ଏହି ଖବର ପ୍ରସାରଣ ପରେ ଚେତିଛି ପୋଲିସ ପ୍ରଶାସନ। ଯାହାକୁ ନେଇ ଦେଖିବାକୁ ମିଳିଛି ଆମ୍ବୁଲାନ୍ସକୁ ନେଇ କମିଶନରେଟ ପୋଲିସର ସିରିୟସନେସ। ରବିବାର ଦେଖିବାକୁ ମିଳିଥିଲା ଏମିତି କିଛି ବିରଳ ଦୃଶ୍ୟ ।

ରାସ୍ତାମଝିରେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଦେଲେ କନେଷ୍ଟବଳ !

ସନ୍ଧ୍ୟା ସମୟ 7ଟା 45 । ମୁଖ୍ୟମନ୍ତ୍ରୀ ଲୋକସେବା ଭବନରୁ ଫେରୁଥିବା ବେଳେ ଶିଶୁଭବନ ପଟୁ ଆସୁଥିବା ଆମ୍ବୁଲାନ୍ସ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଟକାଇଥିଲେ ଉପସ୍ଥିତ ଥିବା କନଷ୍ଟେବଳ । ଯାହାକୁ ନେଇ ଦେଢ ମିନିଟ ଧରି ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତା ମଝିରେ ଅଟକାଇଥିଲେ କମିଶନରେଟ ପୋଲିସର ଦୁଇ କନଷ୍ଟେବଳ ।

ଯାହା ଫଳରେ ଆମ୍ବୁଲାନ୍ସ ଯିବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅତିକ୍ରମ କରିଥିଲା। ତେବେ ଆମ୍ବୁଲାନ୍ସ ପ୍ରତି ସମ୍ବେଦନଶୀଳ ହେବାକୁ ଏପରିକି ଅଧିକ ଗୁରୁତ୍ବ ଦେବାକୁ କମିଶନରେଟ ପୋଲିସର ସମସ୍ତ ଟ୍ରାଫିକ କନଷ୍ଟେବଳଙ୍କୁ ଦିଆଯାଇଛି ସ୍ବତନ୍ତ୍ର ନିର୍ଦ୍ଦେଶ ।

କୌଣସି ପରିସ୍ଥିତିରେ ଆମ୍ବୁଲାନ୍ସକୁ ବାଟ ଦେବା ସାଧାରଣ ଲୋକଙ୍କ ସହ ପୋଲିସ କର୍ମଚାରୀ ଓ ବଡ ନେତାଙ୍କ ଦାୟିତ୍ବ ମଧ୍ୟ। ସେପଟେ ଏନେଇ ଗ୍ରୀନ କରିଡର ଜରିଆରେ ଆମ୍ବୁଲାନ୍ସ ଭଳି ଏମର୍ଜେନ୍ସି ଭେଇକିଲକୁ ଟ୍ରାଫିକ ପାର କରାଇବା ସହ ଆବଶ୍ୟକ ପଡିଲେ ଅତି ସମ୍ବେଦନଶୀଳ ତଥା କିଡନୀ ବା ଅର୍ଗାନ ଟ୍ପାନ୍ସପ୍ଲାଣ୍ଟେସନ ଭଳି ଘଟଣା ସାମ୍ନାକୁ ଆସୁଛି। ଏନେଇ ମେଡିକାଲ ଅଫିସର ଜଣାଇଲେ ପୋଲିସର ସହଯୋଗ ଲୋଡି ସ୍ବତନ୍ତ୍ର କାରକେଡ ସହ ଟ୍ରାଫିକରେ ଗ୍ରୀନ କରିଡର ଜରିଆରେ ଟ୍ରାଫିକ ପାର କରିବା ପାଇଁ ଯୋଜନା ଚାଲିଥିବା କହିଛନ୍ତି ଟ୍ରାଫିକ ଆଡିସିନାଲ ଡିସିପି କେ କେ ପାଣିଗ୍ରାହୀ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details