ଓଡିଶା

odisha

ETV Bharat / city

ଶୁଭଶ୍ରୀ ମୃତ୍ୟୁ ମାମଲା ଉପରୁ ଉଠିଲା ପରଦା, ବୟଫ୍ରେଣ୍ଡକୁ ବାନ୍ଧିଲା ପୋଲିସ - ଶାସ୍ତ୍ରୀନଗରରେ ଶୁଭଶ୍ରୀ ମୃତ୍ୟୁ

ସ୍ବାମୀ, ପ୍ରେମିକ ପରେ ବି ୩ୟ ପୁରୁଷକୁ ନେଇ ଉଠିଥିଲା ସନ୍ଦେହ । ଶୁଭଶ୍ରୀଙ୍କ ସହ ତୃତୀୟ ପୁରୁଷର ମିଳାମିଶାକୁ ସହିପାରିନଥିଲ ପ୍ରେମିକ । ଆଉ ଯାହାକୁ ନେଇ ହୋଇଥିଲା ସାଙ୍ଘାତିକ ଗଣ୍ଡଗୋଳ । ପରେ ଆତ୍ମହତ୍ୟା ଆଉ ବଞ୍ଚାଇବାକୁ ଯାଇ ଫସିଥିଲେ ପ୍ରେମିକ (Police confirm role of boyfriend behind in Subhashree death case in Bhuaneswar ) । ଅଧିକ ପଢନ୍ତୁ

କାଳ ହେଲା ପରପୁରୁଷ ସହ ପାପ ସମ୍ପର୍କ, ଅସହ୍ୟ ହେଲା ପରକୀୟାର ନିବିଡ ଭାବ
କାଳ ହେଲା ପରପୁରୁଷ ସହ ପାପ ସମ୍ପର୍କ, ଅସହ୍ୟ ହେଲା ପରକୀୟାର ନିବିଡ ଭାବ

By

Published : Sep 2, 2022, 10:21 PM IST

ଭୁବନେଶ୍ବର: ଶାସ୍ତ୍ରୀନଗର ଶୁଭଶ୍ରୀ ମୃତ୍ୟୁ ମାମଲା । ମୃତ୍ୟୁ ରହସ୍ୟ ଉପରୁ ଉଠିଲା ପରଦା (Police confirm role of boyfriend behind in Subhashree death case in Bhuaneswar ) । ତେବେ ବାହାଘର ପରେ ବି ଭୁଲି ନଥିଲେ ପ୍ରେମ ସମ୍ପର୍କ । ସ୍ବାମୀ ଥାଇ ବି ପ୍ରେମିକ ସହ‌ ଥିଲା ନିବିଡ ଭାବ । ଏଥିସହ ସ୍ବାମୀ, ପ୍ରେମିକ ପରେ ବି ୩ୟ ପୁରୁଷକୁ ନେଇ ଉଠିଥିଲା ସନ୍ଦେହ । ଶୁଭଶ୍ରୀଙ୍କ ସହ ତୃତୀୟ ପୁରୁଷର ମିଳାମିଶାକୁ ସହିପାରିନଥିଲା ପ୍ରେମିକ । ଆଉ ଯାହାକୁ ନେଇ ହୋଇଥିଲା ସାଙ୍ଘାତିକ ଗଣ୍ଡଗୋଳ । ପରେ ଆତ୍ମହତ୍ୟା ଆଉ ବଞ୍ଚାଇବାକୁ ଯାଇ ଫସିଥିଲେ ପ୍ରେମିକ ।

କାଳ ହେଲା ପରପୁରୁଷ ସହ ପାପ ସମ୍ପର୍କ, ଅସହ୍ୟ ହେଲା ପରକୀୟାର ନିବିଡ ଭାବ

ଆତ୍ମହତ୍ୟାର ପ୍ରମାଣ ଲୁଚାଇବାକୁ ଯାଇ ବନ୍ଧା ହୋଇଛନ୍ତି ପ୍ରେମିକ ଚିତରଞ୍ଜନ । ଏମିତି କିଛି ଘଟଣାର ଖୁଲାସା କରିଛି କମିଶନରେଟ୍ ପୋଲିସ। ତେବେ ଶୁଭଶ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଲାଗିରହିଥିବା ସସପେନସରୁ ହଠିଛି ପରଦା । ପର ପୁରୁଷ ସହ ପାପ ସମ୍ପର୍କ ଓ ସ୍ବାମୀ ଥାଇ ପ୍ରେମିକ ପ୍ରତି ନିବିଡ ଭାବର କରୁଣ ପରିଣତି ଭୋଗିବାକୁ ପଡିଛି ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ । ତେବେ ଶୁଭଶ୍ରୀ ମହାପାତ୍ର ଓ ଚିତରଞ୍ଜନ ଜେନା ଥିଲେ ଗାଁ ପାଖର ବନ୍ଧୁ। ୨୦୧୪ରେ ହୋଇଥିଲା ଶୁଭଶ୍ରୀଙ୍କର ଲକ୍ଷ୍ମିନାରାୟଣ ସହ ବାହାଘର । ହେଲେ ପ୍ରେମିକକୁ ଭୁଲିନଥିଲେ ଶୁଭଶ୍ରୀ ।

ବାହାଘର ପରେ ରଖୁଥିଲେ ଅବୈଧ ସମ୍ପର୍କ ଓ ବିଭିନ୍ନ‌ ସମୟରେ ସ୍ବାମୀ ଅନୁପସ୍ଥିତିରେ କରୁଥିଲେ ମିଳାମିଶା। ପରେ ପ୍ରେମିକର‌ ବାହାଘର ଅନ୍ୟତ୍ର ହେବା ପରେ ଜାଣି ଧିରେ ଧିରେ ଦୁରେଇ ଯାଉଥିଲେ ପ୍ରେମିକ। ଯାହାକୁ ନେଇ ଚିନ୍ତାରେ‌ ରହି ସହି ପାରୁ ନ ଥିଲେ ଶୁଭଶ୍ରୀ। ହେଲେ ଏହାକୁ ନେଇ ପ୍ରେମିକ ଶୁଭଶ୍ରୀଙ୍କଠାରୁ ଦୁରେଇ ଯାଉଥିବାର ଅନୁଭବ କରିଥିଲେ। ତେବେ ମୃତ୍ୟର କିଛି ଦିନ ପୁର୍ବରୁ ଶୁଭଶ୍ରୀ ସ୍ବାମୀଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ଯୁବକ ସହ କ୍ୟାପିଟାଲ ହସପିଟାଲ ଯାଇଥିଲେ। ଜଣକୁ ଦେଖା କରିବାକୁ ଯିବାକୁ ନେଇ ପ୍ରେମିକ ଚିତରଞ୍ଜନ ହୋଇଥିଲେ ଦେଖା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ଭୀଷଣ ଗଣ୍ଡଗୋଳ। ଯାହାକୁ ନେଇ ପରପୁରୁଷ ସହ କାହିଁ ମିଶୁଛୁ କହି ଶୁଭଶ୍ରୀଙ୍କୁ ଗାଳି କରିଥିଲେ ଚିତରଞ୍ଜନ ।

ଏହା ବି ପଢନ୍ତୁ-ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ, ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ

ପରେ ଏନେଇ ଶୁଭଶ୍ରୀ ସହି ନପାରି ଆତ୍ମହତ୍ୟା କରିବାକୁ କହିଥିଲେ । ଯାହାକୁ ନେଇ ପ୍ରେମିକ ସିରିୟସ ଭାବି ଶୁଭଶ୍ରିକୁ ବଞ୍ଚାଇବାକୁ ଘରର ଟିଉସନ ମାଷ୍ଟରାଣିକୁ ଜଣାଇଥିଲେ । ହେଲେ ମାଷ୍ଟରାଣି ପହଞ୍ଚିବା ପୁର୍ବରୁ ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ନେଇ ଜଣା ପଡିଥିଲା । ଯାହାକୁ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ପ୍ରେମିକ ଚିତରଞ୍ଜନ । ବଞ୍ଚିଥିବା ଭାବି ପାଣି ଛିଞ୍ଚି ଉଠାଇବାକୁ ଚେଷ୍ଟା କରିଥିଲେ ହେଲେ ସଫଳ ହୋଇନଥିଲେ । ଶେଷରେ ଆତ୍ମହତ୍ୟା କରିଥିବା ଓଢଣିକୁ ନେଇ ଆସି ଅନ୍ୟତ୍ର ଫିଙ୍ଗି ଫେରାର ହୋଇଥିଲେ ଚିତରଞ୍ଜନ । ପରେ ସ୍ବାମୀ ଆସି ମୃତଦେହ ଦେଖିବା ପରେ ଥାନାରେ ଅଭିଯୋଗ କରିଥିଲେ । ତେବେ ପାରିପାର୍ଶିକ ପ୍ରମାଣ ଓ ସାକ୍ଷୀ ଓ ପୋଷ୍ଟମର୍ଟମ ରିପୋର୍ଟରୁ ଆତ୍ମହତ୍ୟା ପାଇ ଉସୁକାଇବା ଓ ପ୍ରମାଣ ନଷ୍ଟ ମାମଲାରେ ପ୍ରେମିକ ଚିତରଞ୍ଜନ ଗିରଫ ହୋଇଥିବା ନେଇ ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details