ଭୁବନେଶ୍ବର: ରାଜ୍ୟର 587ଟି ଥାନା ପାଇଁ ବାର୍ଷିକ 17.5 କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନ୍ସି ଫଣ୍ଡ ଘୋଷଣା କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଏହି ଫଣ୍ଡ ଥାନାର ବିଭିନ୍ନ କାମରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।
ପୂର୍ବରୁ ଥାନାର ଅନେକ କାର୍ଯ୍ୟ ପାଇଁ ପଇସା ନଥିବାରୁ ଅନେକ ସମସ୍ୟାରେ ପୋଲିସ ପଡୁଥିଲେ । ଯାହାର ସମାଧାନ ଏହା ଦ୍ବାରା ହୋଇପାରିବ ବୋଲି ପୋଲିସ କମିଶନର କହିଛନ୍ତି। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି।