ଭୁବନେଶ୍ବର: ଆସନ୍ତାକାଲି (ଶନିବାର) ଭୁବନେଶ୍ବର ମହାନଗର ନିଗମର ଭୋଟ ଗଣତି ହେବ । ଏହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୌଣସି ପ୍ରକାର ବିଶୃଙ୍ଖଳା ନେଇ ପ୍ରଶାସନ ଦ୍ବାରା ସଚେତନ ଜାରି କରାଯାଇଛି।
Vote Counting: ମହାନଗର ଭୋଟ ଗଣତି କେନ୍ଦ୍ରରେ ମୁତୟନ ହେବେ 20 ପ୍ଲାଟୁନ ଫୋର୍ସ - ଭୁବନେଶ୍ବର ମହାନଗର ନିଗମର ଭୋଟ ଗଣତି
ଆସନ୍ତାକାଲି (ଶନିବାର) ଭୁବନେଶ୍ବର ମହାନଗର ନିଗମର ଭୋଟ ଗଣତି ହେବ । ଏହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅଧିକ ପଢ଼ନ୍ତୁ
ଆସନ୍ତାକାଲି ଇଭିଏମରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ ଫଳ ପ୍ରକାଶ ପାଇବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଇଭିଏମକୁ ରଖାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି। ଯେଉଁ ହଲରେ ଇଭିଏମ ରହିଛି ତା’ ଭିତରେ ଓ ବାହାରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି କେନ୍ଦ୍ର ପରିସର ମଧ୍ୟରେ 20 ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଫଳାଫଳ ପ୍ରକାଶ ପରେ କୌଣସି ପ୍ରକାର ବିଶୃଙ୍ଖଳା ପରିସ୍ଥିତି ଯେପରି ନ ଉପୁଜେ ପ୍ରଶାସନ ନଜର ରଖିଛି ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ସେପଟେ କଟକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ