ଭୁବନେଶ୍ବର: ଲୁଟେରାଙ୍କ ସହ ଲଢିଥିଲେ ସାହସୀ ସୁବ୍ରତ। ମା’ଙ୍କର ଚେନ ଝାମ୍ପି ନେଉଥିବା ବେଳେ କରିଥିଲେ ଉଦ୍ଧାର। ନିଜ ଜୀବନକୁ ବିପଦରେ ପକାଇ କରିଥିଲେ ଲୁଟେରାଙ୍କ ଧରିବାର ଚେଷ୍ଟା। 30 ମିଟର ପର୍ଯ୍ୟନ୍ତ ଲୁଟେରାଙ୍କ ସହ ଲଢିଥିଲେ ସାହସୀ ସୁବ୍ରତ । ଶେଷରେ ସୁବ୍ରତଙ୍କ ସଂଗ୍ରାମ ଆଗରେ ହାର ମାନିଥିଲେ ଲୁଟେରା ଓ ଧରା ପଡିବା ପରେ ଫେରାଇଥିଲେ ମା’ର ସୁନା ଚେନ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିବାରୁ ସ୍ଥାନୀୟ ଲୋକଙ୍କ ସହ ମିଶି ଲୁଟେରାଙ୍କୁ ପୋଲିସ ଜିମା ଦେଇଥିଲେ ସୁବ୍ରତ। ସୂଚନା ଅନୁଯାୟୀ ଗତ 14 ତାରିଖରେ ରାଜଧାନୀର ମଞ୍ଚେଶ୍ବର ଥାନା ଅଧିନସ୍ଥ ଜିଜିପି କଲୋନୀର ଭାଗବତ ସନ୍ଧାନରେ ଘଟିଥିବା ଘଟଣା ଏବେ ପାଲଟିଛି ଚର୍ଚ୍ଚାର ବିଷୟ। ଯାହାକୁ ନେଇ ଯାଜପୁର ବାଲିଚନ୍ଦ୍ରପୁର ପାନଶୁଆପାଳର ସୁବ୍ରତ ଓଝାକୁ ସମ୍ମାନିତ କରିଛନ୍ତି ପୋଲିସ କମିଶନର।