ଓଡିଶା

odisha

ETV Bharat / city

ଗ୍ରିଭାନ୍ସକୁ ଭୁଲିଗଲେ ଅଫିସର, ଟ୍ବିଟରରେ ମାତିଛନ୍ତି ପୋଲିସ କମିଶନର - ଟ୍ବିଟରରେ ମାତିଛନ୍ତି କମିଶନର

କାର୍ଯ୍ୟାଳୟରେ ନୁହେଁ ସୋସିଆଲ ମିଡିଆରେ ଅଭିଯୋଗ ଶୁଣୁଛନ୍ତି ପୋଲିସ କମିଶନର । ସଙ୍ଗେ ସଙ୍ଗେ ବି ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଗ୍ରିଭାନ୍ସ ସେଲ ଅଛି । ହେଲେ ଅଭଯୋଗ କଲେ ଗ୍ରହଣ ହେଉନି କାର୍ଯ୍ୟାନୁଷ୍ଠାନ । କମିଶନର ପୋଲିସ କାର୍ଯ୍ୟାଳୟରେ ଅଭିଯୋଗ କଲେ କାର୍ଯ୍ଯାନୁଷ୍ଠାନ ନେଉ ନାହାଁନ୍ତି ଅଧିକାରୀ ।

Police commissionerate
ଗ୍ରିଭିଏନ୍ସକୁ ଭୁଲିଗଲେ ଅଫିସର, ଟ୍ବିଟରରେ ମାତିଛନ୍ତି କମିଶନର

By

Published : Dec 14, 2019, 9:00 PM IST

ଭୁବନେଶ୍ବର: ସମସ୍ତ ଅଭିଯୋଗ ପାଇଁ କମିଶନରେଟ ପୋଲିସର କାର୍ଯ୍ୟାଳୟରେ ରହିଛି ଗ୍ରିଭାନ୍ସ ସେଲ । ଯେଉଁଠି ସାଧାରଣ ଲୋକେ ନିଜେ ନିଜର ଅଭିଯୋଗ କରିଥାନ୍ତି । କିନ୍ତୁ ଅଭିଯୋଗ କଲେ ଶୁଣୁ ନାହାଁନ୍ତି ଅଫିସର । କାରଣ ଟ୍ବିଟରରେ ମାତିଛନ୍ତି ପୋଲିସ କମିଶନର । ଅଭିଯୋଗ ଇନଷ୍ଟାଣ୍ଟ ହେଲେ ସଲ୍ୟୁସନ ବି ତତକ୍ଷଣାତ, ସବୁ କିଛି ଟ୍ବିଟରରେ । ପ୍ରଶ୍ନ ଥିଲେ ଉତ୍ତର ମିଳୁଛି କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହେଲେ ଏହା ଭିତରେ ବଳି ପଡି ଯାଉଛନ୍ତି ସାଧାରଣ ଲୋକେ ।

ଗ୍ରିଭିଏନ୍ସକୁ ଭୁଲିଗଲେ ଅଫିସର

ଏୟାରଫିଲ୍ଡ ଥାନାର ଏସଆଇଙ୍କ ବିରୋଧରେ ଠିକାଦାର ଅନୁପ କୁମାର ରଥ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏନେଇ ଥାନାରେ ଆଇପିସି ଧାରା 420, 506, 294 ଓ 341ରେ ମାମଲା ବି ରୁଜୁ ହୋଇଥିଲା । ହେଲେ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଯାହାକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ଅଧିକାରୀଙ୍କୁ କିଏ ସୁରକ୍ଷା ଦେଉଛି ? ଥାନା ବାବୁ ନା ଜୋନାଲ ଏସପି ? ଭୁବନେଶ୍ବର ଡିସିପି ନା ପୋଲିସ କମିଶନର ? ତେବେ ଏନେଇ କେହି ଜବାବ ରଖିବାକୁ ପ୍ରତିକ୍ରିୟା ଦେଉନଥିବାବେଳେ ଅଭିଯୋଗକାରୀଙ୍କ ଏଭଳି ଅଭିଯୋଗକୁ ଶୁଣିବାକୁ ଥିବା ଗ୍ରିଭାନ୍ସ ସେଲକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ସେପଟେ, ସିଧାସଳଖ ଅଭିଯୋଗ ଶୁଣୁ ନଥିବା ପୋଲିସ ଅଧିକାରୀ, ଟ୍ବିଟର ବା ସୋସିଆଲ ମିଡିଆ ବ୍ୟବହାରୀକାରୀଙ୍କ ଅଭିଯୋଗ ଶୁଣୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details