ଓଡିଶା

odisha

By

Published : Jan 22, 2022, 7:21 PM IST

ETV Bharat / city

ଢିଙ୍କିଆରେ ପୋଲିସର ବର୍ବରତା ଗ୍ରହଣୀୟ ନୁହେଁ: ରାଜ୍ୟ କଂଗ୍ରେସ ପ୍ରଭାରୀ

ଓଡିଶା ଗସ୍ତରେ ଥିବା କଂଗ୍ରେସ ପ୍ରଭାରୀ ଡା. ଚେଲ୍ଲା କୁମାର ଢିଙ୍କିଆ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟ କଂଗ୍ରେସ ପ୍ରଭାରୀ
ରାଜ୍ୟ କଂଗ୍ରେସ ପ୍ରଭାରୀ

ଭୁବନେଶ୍ବର:ଓଡିଶା ଗସ୍ତରେ ଥିବା କଂଗ୍ରେସ ପ୍ରଭାରୀ ଡା. ଏ ଚେଲ୍ଲା କୁମାର ଢିଙ୍କିଆ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଢିଙ୍କିଆ ଗସ୍ତ ପୂର୍ବରୁ କଂଗ୍ରେସ ପ୍ରଭାରୀ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ନବୀନ ପଟ୍ଟନାୟକ କର୍ପୋରେଟ ମାଲିକଙ୍କ ସହ ଅଛନ୍ତି । ସାଧାରଣ ଲୋକଙ୍କ ସମସ୍ୟା ତାଙ୍କର ପରବାୟ ନାହିଁ । ଶିଳ୍ପ ଆଳରେ ଢିଙ୍କିଆରେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୋଲିସର ଆକ୍ରମଣ ଅମାନୁଷିକ ଅତ୍ୟାଚାର । କୌଣସି ସ୍ଥାନରେ ସ୍ଥାନୀୟ ବାସିନ୍ଦାଙ୍କ ବିନା ଆଲୋଚନାରେ କୌଣସି ପଦକ୍ଷେପ ନେବା ଅଗଣତାନ୍ତ୍ରିକ ବୋଲି ଚେଲ୍ଲା କୁମାର କହିଛନ୍ତି ।

ଢିଙ୍କିଆରେ ପୋଲିସର ବର୍ବରତା ଗ୍ରହଣଯୋଗ୍ୟ ନୁହେଁ: ରାଜ୍ୟ କଂଗ୍ରେସ ପ୍ରଭାରୀ

ସେହିପରି ଢିଙ୍କିଆବାସୀଙ୍କୁ ପୋଲିସର ବର୍ବରତା ଘଟଣାକୁ ନିନ୍ଦା କରିବା ସହ, ଏଥିପାଇଁ ନବୀନ ପଟ୍ଟନାୟକ ଦାୟୀ ବୋଲି କହିଛନ୍ତି । ନବୀନ ଜମି ମାଫିଆଙ୍କ ସହ ସମ୍ପର୍କରେ ଅଛନ୍ତି। କର୍ପୋରେଟ ଦୁନିଆ ସହ ନବୀନଙ୍କ ସମ୍ପର୍କ ରହିଛି। ୟୁପିଏ ସରକାର ସମୟରେ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ସ୍ବତନ୍ତ୍ର ନିୟମ କରାଯାଇଥିଲା। ଯେକୌଣସି ସ୍ଥାନରେ ଯଦି ସରକାର କୌଣସି ଉନ୍ନୟନ କାର୍ଯ୍ୟରେ ବିସ୍ଥାପନ ଆବଶ୍ୟକ ହୁଏ ତେବେ ସରକାର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା କଥା । ଏହି ଘଟଣାରେ ପୋଲିସର ଅମାନବୀୟ କାର୍ଯ୍ୟକୁ ନେଇ କଂଗ୍ରେସ ଜାତୀୟ ମାନବଧିକାର ଆୟୋଗଙ୍କ ଦ୍ବାରସ୍ଥ ହେବ ବୋଲି ଚେଲ୍ଲା କୁମାର କହିଛନ୍ତି ।

ହେଲେ ଲୋକଙ୍କ ସହ ଆଲୋଚନା ନକରି, ସେମାନଙ୍କ ସହମତି ନନେଇ ଏଭଳି ଅମାନୁଷିକ ଆଚରଣ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି ଚେଲ୍ଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details