ଭୁବନେଶ୍ବର: ଆତଙ୍କ ରଚୁଥିଲା ଗୁଳି ଖାଇଥିବା ଅପରାଧୀ । ଜେଲରୁ ଫେରି ରଚିଥିଲା ଆତଙ୍କ । ରାଜଧାନୀରେ ଚଲାଇଥିଲ ଲୁଟ ଓ ଡକାୟତି । ଗତ ବର୍ଷ ଡିସେମ୍ବର ୪ ତାରିଖ ଓ ୩୦ ତାରିଖରେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ହାତଗୋଡ ବାନ୍ଧି ଲୁଟ ମାମଲାରେ ପୋଲିସ ଏହି ଗ୍ୟାଙ୍ଗକୁ ଗିରଫ କରିଥିବା ବେଳେ ଆଜି ଗ୍ୟାଙ୍ଗର ଆଉ ୨ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।
ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ହେଉଛି ସୁଶାନ୍ତ ସାହୁ ଓରଫ ଲିପୁ । ଯିଏକି ଗତ ୯ ଜାନୁଆରୀ ୨୦୧୮ ରେ ତାର ସହଯୋଗୀଙ୍କ ସହ ଡକାୟତି ଯୋଜନାବେଳେ ପୋଲିସ ହାବୁଡରେ ପଡିଥଲା । ସେତେବେଳେ ବାଲିଅନ୍ତା ନିକଟରେ ଲିପୁକୁ ଏନକାଉଣ୍ଟର କରିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ଉକ୍ତ ଗ୍ୟାଙ୍ଗକୁ ଗିରଫ ମଧ୍ୟ କରିଥିଲା । ହେଲେ ଏହି ଗ୍ୟାଙ୍ଗ ଜେଲରୁ ବାହାରିବା ପରେ ତାର ସହଯୋଗୀଙ୍କ ଜରିଆରେ ମଞ୍ଚେଶ୍ବର ଅଞ୍ଚଳରେ ଲୁଟ ଓ ଡକାୟତି ପୁଣି ଆରମ୍ଭ କରିଥିଲା ।