ଓଡିଶା

odisha

ETV Bharat / city

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍, ଔଷଧ ଦୋକାନୀଙ୍କୁ କରୁଥିଲେ ଟାର୍ଗେଟ - ଭୁବନେଶ୍ବରରେ କମିଶନରେଟ ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌

ରାଜଧାନୀର ଔଷଧ ଦୋକାନମାନଙ୍କରେ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଘଟଣାରେ ଜଡ଼ିତ ୪ ଜଣ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରାଯାଇଛି । ଅଧିକ ପଢନ୍ତୁ

police arrested a inter state lootera gang in bhubaneswar
ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍, ଔଷଧ ଦୋକାନୀଙ୍କୁ କରୁଥିଲେ ଟାର୍ଗେଟ

By

Published : Jan 27, 2022, 4:11 PM IST

ଭୁବନେଶ୍ବର:ରାଜଧାନୀର ଔଷଧ ଦୋକାନମାନଙ୍କରେ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଘଟଣାରେ ଜଡ଼ିତ ୪ ଜଣ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ନଗଦ ୩୯ ହଜାର ଟଙ୍କା, ଆଧାର କାର୍ଡ, ୨ଟି ଭୋଟର କାର୍ଡ, ୪ଟି ମୋବାଇଲ୍ ଜବତ ହୋଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛି କମିଶନରେଟ ପୋଲିସ ।

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍, ଔଷଧ ଦୋକାନୀଙ୍କୁ କରୁଥିଲେ ଟାର୍ଗେଟ
ଏହି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ୍‌ ରାଜୁ ଓରଫ୍ ରାଜୁ ସିଂ ଜଣେ ରଙ୍ଗ ମିସ୍ତ୍ରୀ । ୧୦ ବର୍ଷ ହେଲା କୋଲକାତାରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା । ଲକଡାଉନ୍‌ ପରଠୁ କୌଣସି କାମ ନମିଳିବାରୁ ନିମ୍ନ ସହଯୋଗୀଙ୍କ ସହ ଗତ ୧୨ ତାରିଖରେ ବ୍ରହ୍ମପୁରରେ ପହଞ୍ଚିଥିଲେ । ସେଠାରେ ଏକ ହୋଟେଲ୍‌ରେ ରହି ଏକ ଲେଡିଜ୍‌ କର୍ଣ୍ଣର ଏବଂ ପୁରୁଣା ବସ୍‌ଷ୍ଟାଣ୍ଡ ପାଖ ଏକ ଔଷଧ ଦୋକାନରୁ ଲୁଟ କରି ୧୭ ତାରିଖ ସକାଳେ ଭୁବନେଶ୍ବରରେ ପହଞ୍ଚିଥିଲେ।

ଭୁବନେଶ୍ବର ରେଳ ଷ୍ଟେସନ ପାଖ ଏକ ଗେଷ୍ଟ ହାଉସ୍ ରେ ୨ଟି ରୁମ୍ ନେଇ ୩ଦିନ ରହିଥିଲେ । ପରେ ୨୦ ତାରିଖରେ ବଡ଼ଗଡ, ୨୧ ତାରିଖରେ ନୟାପଲ୍ଲୀ, ୨୨ ତାରିଖରେ ଶ୍ରୀଲିଙ୍ଗରାଜ ଏବଂ ୨୪ ତାରିଖରେ ଖାରବେଳ ନଗର ଥାନା ଅଞ୍ଚଳର ବିଭିନ୍ନ ଔଷଧ ଦୋକାନରୁ ଠକାମୀ କରି ଲୁଟ୍ କରିଥିଲେ । ସ୍ପେଶାଲ୍ ସ୍କ୍ବାଡ୍‌ ସହାୟତାରେ ଏହି ଅଭିଯୁକ୍ତମାନେ ଧରାପଡ଼ିବା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି ।

ଏହି ଲୁଟେରାମାନେ ଗ୍ରାହକଭାବେ ଆସି ଲୁଟ୍‌ କରୁଥିଲେ । ପ୍ରଥମେ ଏକ ନିର୍ଦ୍ଦିଷ୍ଟ ଦୋକାନକୁ ଅନୁଧ୍ୟାନ କରନ୍ତି । ପରେ ୩ ଲୁଟେରାଙ୍କ ମଧ୍ୟରେ ପୂର୍ବ ଯୋଜନା ମୁତାବକ ଔଷଧ କିଣିବା ଆଳରେ ଦରଦାମ ଅଧିକ କମ୍‌ ମୂଲ୍ୟ ନେଇ ପାଟିତୁଣ୍ଡ କରିବା ସହିତ ଖସି ପଳାଉଥିଲେ । ଟଙ୍କା ଦେବାପରେ ଦୋକାନୀ ବଳକା ଟଙ୍କା ଫେରାବାକୁ ଅନ୍ୟମନସ୍କତାର ଫାଇଦା ଉଠାଇ ପୂର୍ବରୁ ଛକି ରହିଥିବା ଜଣେ ଲୁଟେରା ଦୋକାନରେ ପଶି କ୍ୟାଶ୍‌ କାଉଣ୍ଟରରୁ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଉଥିଲେ । ସମାନ ଢଙ୍ଗରେ ଅନ୍ୟ ଦୋକାନ ଗୁଡିକୁ ମଧ୍ୟ ଏହି ଗ୍ୟାଙ୍ଗ୍‌ ଲୁଟ କରିଛନ୍ତି ।

ଘଟଣାର ମାଷ୍ଟର ମାଇଣ୍ଡ ରାଜୁ ସିଂ ୧୪ ବର୍ଷ ହେଲା ବିବାହିତ । ବିବାହ ପୂର୍ବରୁ ସେ ପଶ୍ଚିମବଙ୍ଗର ଚବିଶପ୍ରଗଣା ଜିଲ୍ଲାର ବେଲଘରିଆ ଏବଂ ଥାକୁଡ଼ିଆ ଥାନାରେ ଏହିପରି ସମାନ ୪ଟି ମାମଲାରେ ଜେଲ୍‌ ଯାଇଥିଲା । ଲୁଟ୍‌ କରିଥିବା ସମସ୍ତ ଟଙ୍କା ନିଜ ଆକାଉଣ୍ଟରେ ଜମା କରନ୍ତି । ସହଯୋଗୀମାନେ ରାଜୁ ଘରକୁ ଯାଇ ସେମାନଙ୍କର ଭାଗ ଟଙ୍କା ଆଣିଥାନ୍ତି । ଗ୍ୟାଙ୍ଗ୍‌ ସମସ୍ତ ସଦସ୍ୟଙ୍କ ଶିକ୍ଷାଗତ ଯୋଗ୍ୟତା ସପ୍ତମ ଫେଲ୍‌ । ସମସ୍ତେ ଦିନ ମଜୁରିଆ ଏବଂ ରଙ୍ଗ ମିସ୍ତ୍ରୀ କାମ କରନ୍ତି । ଏହି ମାମଲା ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ପୋଲିସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details