ଭୁବନେଶ୍ବର: ଅଧାରେ ରହିଗଲା ବାସର ରାତି । ଚଉଠି ପୂର୍ବରୁ ନବ ବିବାହିତ ବରକୁ ଉଠାଇନେଲା ପୋଲିସ । ଏଭଳି ଏକ ଘଟଣା ଘଟିଛି ଭରତପୁର ଥାନା ଅଞ୍ଚଳରେ । ତନାଘନା କରି ଅଭିଯୁକ୍ତ ଥାନାରେ ପଚରାଉଚରା କରୁଛି ପୋଲିସ । ସୂଚନାଅନୁସାରେ, ଚଉଠି ପୂର୍ବରୁ ଉଠାଇନେଇଥିବା ନବ ବିବାହିତ ବରର ନାମ ସୋମନାଥ ମହାପାତ୍ର । ସେ ମୋବାଇଲ ରିପାୟରିଂ କରି ପେଟ ପୋଷିଥାନ୍ତି ।
ଅଧାରେ ରହିଗଲା ବାସର ରାତି, ଚଉଠି ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ - ଅଧାରେ ରହିଗଲା ବାସର ରାତି
ଅଧାରେ ରହିଗଲା ବାସର ରାତି । ଚଉଠି ପୂର୍ବରୁ ନବ ବିବାହିତ ବରକୁ ଉଠାଇନେଲା ପୋଲିସ । ଏଭଳି ଏକ ଘଟଣା ଘଟିଛି ଭରତପୁର ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ
ଅଧାରେ ରହିଗଲା ବାସର ରାତି, ଚଉଠି ପୂର୍ବରୁ ବରକୁ ଉଠାଇନେଲା ପୋଲିସ
ଅଭିଯୋଗ ଅନୁସାରେ, ସୋମନାଥ ଗତ ୬ବର୍ଷ ତଳେ ସେହି ଅଭିଯୋଗକାରିଣୀକୁ ପ୍ରେମ କରିଥିଲେ । ପରେ କିଛି ଦିନର ସମ୍ପର୍କ ପରେ ତାକୁ କୋର୍ଟରେ ବିବାହ କରିଥିଲେ । ବିବାହର ୬ବର୍ଷ ପର୍ଯନ୍ତ ରହିବା ପରେ ହଠାତ୍ ଏକମାସ ହେବ ଯୁବକ କିଛି କାମ ଅଛି କହି କେନ୍ଦ୍ରାପଡା ପଳାଇଥିଲେ । ସେଠାରେ ଜଣେ ଯୁବତୀକୁ ଗତ ୩ଦିନ ତଳେ ବିବାହ କରିଥିଲେ । ଏନେଇ ଅଭିଯୋଗକାରିଣୀ ତାଙ୍କ ସ୍ବାମୀ ତାଙ୍କୁ ଛାଡି ଅନ୍ୟତ୍ର ବିବାହ କରିବା ତାଙ୍କୁ ଧୋକା ଦେବା ଆଦି ଅନେକ ସଙ୍ଗୀନ ମାମଲାରେ ସୋମନାଥକୁ ଉଠାଇନେଇ ଅଧିକ ପଚରାଉଚରା କରୁଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ