ଭୁବନେଶ୍ବର: ଧରାପଡିଲା ଚୋର, ମିଳିଲା ଲାପଟପ । ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରଘୁ ଜୀଙ୍କ ଲାପଟପ ଜବତ କରିଛି କମିସନରେଟ ପୋଲିସ । ଅଗଷ୍ଟ ୨୪ ତାରିଖରେ ନୟାପଲ୍ଲୀ ସ୍ଥିତ କ୍ବାର୍ଟର ନମ୍ବର 4R/10ରୁ ଆଇଏଏସଙ୍କ ଲାପଟପ ଚୋରି କରିଥିଲେ ୪ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ 3ଜଣ ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୋଲିସ ।
ଧରାପଡିଲା IASଙ୍କ ଲାପଟପ ଚୋର - କମିସନରେଟ ପୋଲିସ
କମିସନରେଟ ପୋଲିସ ହାତରେ ଧରାପଡିଲେ ଲାପଟପ ଲୁଟେରା । ଅଗଷ୍ଟ ୨୪ ତାରିଖରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରଘୁ ଜୀଙ୍କ ଲାପଟପ କରିଥିଲେ ଚୋରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଅଭିଯୁକ୍ତ ମାନେ ହେଲେ ସମୀର ପ୍ରଧାନ, କାର୍ତ୍ତୀକ ସେଠି, ଦିନେଶ କୁମାର ଗୁପ୍ତା । ତେବେ ସେମାନଙ୍କ ଠାରୁ ଦୁଇଟି ଲାପଟପ ଜବତ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ସ୍କ୍ରାପ ବ୍ୟବସାୟୀ ବୋଲି ଜଣାପଡିଛି । ତେବେ ଚୋରି ସମୟରେ ଆଇଏଏସଙ୍କ ଲାପଟପ ସହ ଘଣ୍ଟା ଓ କିଛି ଅଳଙ୍କାର ମଧ୍ୟ ଚୋରି ହୋଇଥିଲା ବୋଲି ସୂଚନା ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ