ଓଡିଶା

odisha

ETV Bharat / city

ସାଧାରଣତନ୍ତ୍ର ଦିବସରେ ପୋଲିସ ଜନତା ମୁହାଁମୁହିଁ - ସାଧାରଣତନ୍ତ୍ର ଦିବସରେ ପୋଲିସ ଜନତା ମୁହାଁମୁହିଁ

ସାଧାରଣତନ୍ତ୍ର ଦିବସରେ ପୋଲିସ ଜନତା ମୁହାଁମୁହିଁ
ସାଧାରଣତନ୍ତ୍ର ଦିବସରେ ପୋଲିସ ଜନତା ମୁହାଁମୁହିଁ

By

Published : Jan 26, 2021, 9:58 AM IST

Updated : Jan 26, 2021, 11:03 AM IST

09:34 January 26

ସାଧାରଣତନ୍ତ୍ର ଦିବସରେ ପୋଲିସ ଜନତା ମୁହାଁମୁହିଁ

ସାଧାରଣତନ୍ତ୍ର ଦିବସରେ ପୋଲିସ ଜନତା ମୁହାଁମୁହିଁ

ଭୁବନେଶ୍ବର:  ସାଧାରଣତନ୍ତ୍ର ଦିବସରେ ପୋଲିସ ଜନତା ମୁହାଁମୁହିଁ । ରାଜ୍ୟସ୍ତରୀୟ ପରେଡ ସମାରୋହରୁ ବଞ୍ଚିତ ହେବା ପରେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି ।  କଂଗ୍ରେସ ଭବନ ନିକଟରେ ଛିଡା ହୋଇ ଜୋରଜବରଦୋସ୍ତ ପରେଡ ଦେଖିବା ସମୟରେ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । 

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ଏଥର ଗାନ୍ଧୀ ମାର୍ଗରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ନିଷେଧ କରାଯାଇଥିଲା । ସକାଳ 6ଟା 30 ରୁ 9 ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଥିଲା । ଯାହାକୁ ନେଇ ଜନତା ଅସନ୍ତୋଷ ପ୍ରକାଶ କରିଥିଲେ । ଜନତା ପଇସାରେ କାର୍ଯ୍ୟକ୍ରମ କରାଯିବା ସତ୍ତ୍ବେ ତାଙ୍କୁ କାହିଁକି ବାରଣ କରାଯାଉଛି ବୋଲି ଜନତା ପ୍ରଶ୍ନ ପଚାରିଥିଲେ । ଏପରିକି ଓ୍ବାନ ମ୍ୟାନ ଓ୍ବାନ ଭୋଟ ଓ୍ବାନ ଭାଲ୍ୟୁ ହିସାବରେ ଆମେ ଭୋଟ ଦେଇଛୁ ହେଲେ କାହିଁକି ଆମର ସେଠି ଦେଖିବାର ଅଧିକାର ନାହିଁ ବୋଲି ପ୍ରଶ୍ନ କରିଥିଲେ। ଯାହା ଫଳରେ କିଛି ସମୟ ଧରି ପୋଲିସ ପବ୍ଲିକ ଟେନସନ ଦେଖିଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 26, 2021, 11:03 AM IST

ABOUT THE AUTHOR

...view details