ଓଡିଶା

odisha

ETV Bharat / city

Polavaram Projectର ସ୍ଥିତି କଣ ? ଉତ୍ତର ରଖିଲେ ଜଳ ସମ୍ପଦ ମନ୍ତ୍ରୀ - ଓଡିଶା ବିଧାନସଭାରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ

ଆନ୍ଧ୍ର ପ୍ରଦେଶ(Andhra Pradesh)ରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ (Polavaram Project)ର ସ୍ଥିତି କଣ ? ଏହାର ନିର୍ମାଣ ଚାଲିଛି ବା ବନ୍ଦ ରହିଛି ? ଏହାର ଉଚ୍ଚତା କେତେ ଫୁଟ ହେବ ? ବାସ୍ତବରେ ଏହା ଦ୍ବାରା ଓଡିଶାର କେତେ ଗ୍ରାମ ଓ ଲୋକ ପ୍ରଭାବିତ ହେବେ ? ଅଧିକ ପଢନ୍ତୁ

Polavaram Project
Polavaram Project

By

Published : Dec 2, 2021, 8:25 PM IST

ଭୁବନେଶ୍ବର:ଆନ୍ଧ୍ର ପ୍ରଦେଶ(Andhra Pradesh)ରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ (Polavaram Project)ର ସ୍ଥିତି କଣ ? ଏହାର ନିର୍ମାଣ ଚାଲିଛି ବା ବନ୍ଦ ରହିଛି ? ଏହାର ଉଚ୍ଚତା କେତେ ଫୁଟ ହେବ ? ବାସ୍ତବରେ ଏହା ଦ୍ବାରା ଓଡିଶାର କେତେ ଗ୍ରାମ ଓ ଲୋକ ପ୍ରଭାବିତ ହେବେ ? ଏହି ପ୍ରକଳ୍ପ ବନ୍ଦ ପ୍ରସଙ୍ଗରେ ଓଡିଶାର ଅଭିଯୋଗକୁ ଆନ୍ଧ୍ର ବେଖାତିର କରି ଚାଲିଥିବା କଥା ସତ କି ? ଏପରିକି ଓଡିଶା ସହ ଆଲୋଚନା କରିବାକୁ ଆନ୍ଧ୍ରର ଆଭିମୁଖ୍ୟ କଣ ରହିଛି ?

ଆଜି ଏମିତି ଏକାଧିକ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ବାହୀନି ପତି । ଜାଣିବାକୁ ଚାହିଁଥିଲେ ପୋଲାଭରମ ପ୍ରକଳ୍ପ(Polavaram Project) ଦ୍ବାରା ରାଜ୍ୟର ତଥା ମାଲକାନଗିରି ଜିଲ୍ଲାର କଣ କ୍ଷୟକ୍ଷତି ହେବ କେତେ ହେବ ?

ଉତ୍ତର ଦେଇ ବିଧାନସଭାରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ (Water Resources Minister Raghunandan Das) କହିଥିଲେ ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରାଳୟ(Ministry of Forests and Environment) ଦ୍ଵାରା ପ୍ରସ୍ତର କାର୍ଯ୍ୟ ବନ୍ଦ ନିର୍ଦେଶନାମାକୁ ପୁନଃ ରହିତାଦେଶ ନ ଦେବାରୁ ୨.୭.୨୦୨୧ ପରଠାରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି । ଏହି ବନ୍ଧର ଉଚ୍ଚତା ଭୂମି ଠାରୁ ପାଖାପାଖି ୧୫୮ ଫୁଟ ଉଚ୍ଚତା ଅଛି ।

ବର୍ଷ 2006 ମସିହାରେ କେନ୍ଦ୍ରୀୟ ଜଳ ଆୟୋଗ ( CWC) ଦ୍ବାରା ପୋଲାଭରମ ପ୍ରକଳ୍ପର ବନ୍ୟା ପରିମାଣ ୩୬ ଲକ୍ଷ କ୍ୟୁସେକରୁ ୫୦ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପ୍ରକଳ୍ପର ବନ୍ୟା ପରିମାଣ ୨୦ ଲକ୍ଷ କ୍ୟୁସେକ ହେଲେ ମାଲକାନଗିରି ଜିଲ୍ଲାରେ ୨୫ଟି ଗ୍ରାମ ପ୍ରଭାବିତ ହେବା । ଏହାବାଦ ଓଡିଶା ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଛନ୍ତି ।

ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ଵାରା ଜାରି କରାଯାଇଥିବା କାର୍ଯ୍ୟବନ୍ଦ ନିର୍ଦେଶନାମାର ପୁନଃ ରହିତାଦେଶକୁ ରଦ୍ଦ କରିବା ପାଇଁ ଓଡିଶା ସରକାର ମଧ୍ୟ ଏକ ମଧ୍ୟ ବର୍ତ୍ତୀକାଳୀନ ମାମଲା ଦାୟର କରିଛନ୍ତି । ଏହାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details