ଭୁବନେଶ୍ବର: ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣକୁ ନେଇ ଗୃହରେ ଉଦବେଗ ପ୍ରକାଶ । ବିରୋଧୀ ଓ ଶାସକ ଦଳର ବିଧାୟକ ପ୍ରକାଶ କରିଛନ୍ତି ଅସନ୍ତୋଷ । ଗୃହରେ ଏପରି ଉଦବେଗକୁ ଦେଖି ଗ୍ରାମ ଉନ୍ନୟନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।
ଗ୍ରାମ ଉନ୍ନୟନ ବିଭାଗ ଏକ ୱେବସାଇଟ କରି କେଉଁ ରାସ୍ତା ଖରାପ ଅଛି, କାମ ହେବାର ଅଛି, କଣ କାମ ହେବ ସେ ନେଇ ତଥ୍ୟ ଅପଲୋଡ଼ କରିବାକୁ କହିଛନ୍ତି । ଏହା ସହ ଜିଲ୍ଲାସ୍ତରରେ ବିଧାୟକଙ୍କୁ ଡାକି ସମସ୍ୟା ବିଷୟରେ ଆଲୋଚନା କରିବାକୁ ଦେଇଛନ୍ତି ନିର୍ଦ୍ଦେଶ ।