ହାଇଦ୍ରାବାଦ: କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଛାଇ ଯାଇଥିବା ବିଶ୍ବର ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଜନ୍ମଦିନ । ଏହି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ରାଜନେତା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜନୀତିରେ ମୋଦିଙ୍କ ୨୦ ବର୍ଷ ପୂର୍ତ୍ତି ଅବସରରେ ପିଏମଙ୍କ ଜୀବନୀକୁ ନେଇ ଭର୍ଚୁଆଲରେ ପ୍ରଦର୍ଶନୀ କରିବ ବିଜେପି ।
ପୂର୍ବରୁ ବିଜେପି କର୍ମୀମାନେ ମୋଦିଙ୍କ ଜନ୍ମଦିନ ଅବସରରେ 'ସେବା ଶପଥ' ନାମକ ଏକ କାର୍ଯ୍ୟକ୍ରମ କରୁଥିଲେ, ଯାହା ଗୋଟିଏ ସପ୍ତାହ ଧରି ଚାଲୁ ରହୁଥିଲା । କିନ୍ତୁ ଚଳିତ ବର୍ଷ ମୋଦିଙ୍କ ରାଜନୀତିରେ 20 ବର୍ଷ ପୂର୍ତ୍ତି ହେଉଥିବାରୁ 'ସେବା ଅର୍ ସମର୍ପଣ ଅଭିଯାନ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ଯାଏଁ ଚାଲୁ ରହିବ । ଏଥିରେ ସମସ୍ତ ରାଜ୍ୟ, ଜିଲ୍ଲା, ମଣ୍ଡଳ ଏବଂ ବୁଥ ଭାଗ ନେବା ସହ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଭାଗିଦାରୀ ରହିବ । ଏହାସହିତ କେଉଁଭଳି ଭାବରେ ଦଳିତ, ଗରିବ, ବଞ୍ଚିତ, କୃଷକ, ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ଲମ୍ବା ସମୟ ଧରି ପ୍ରଧାନମନ୍ତ୍ରୀ ସେବା, ସମର୍ପଣ ଭାବରେ କାର୍ଯ୍ୟ କରିଆସିଛନ୍ତି ଏହାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ ।
ଓଡିଶାରେ ମଧ୍ୟ ନମୋ ଆପ୍ ଜରିଆରେ ଏକ ଭର୍ଚ୍ଚୁଆଲ ପ୍ରଦର୍ଶନୀ ଆୟୋଜନ ହେବ ଏବଂ ସବୁ ଜିଲ୍ଲାରେ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଏହି ପ୍ରଦର୍ଶନୀକୁ ଆସି ଦେଖିପାରିବେ । ପ୍ରତ୍ୟେକ ମଣ୍ଡଳରେ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ବିରତଣ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ସ୍ଵାସ୍ଥ୍ୟ ଶିବିର ଖୋଲାଯାଇଛି, ଯେଉଥିଲେ ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ଅଙ୍ଗ ବଣ୍ଟନ କରାଯିବ । ଏଥିରେ ଦଳର ସମସ୍ତ ମୋର୍ଚ୍ଚା ସାମିଲ ରହିବେ । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆବର୍ଗ ମୋର୍ଚ୍ଚା, ମହିଳାମୋର୍ଚ୍ଚା ସମସ୍ତେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ମାଗଣା ରାସନ ବ୍ୟାଗ ବିତରଣ କରାଯିବ ଏବଂ ଏଥିରେ ମହିଳା ମୋର୍ଚ୍ଚା ମୁଖ୍ୟ ଭୂମିକା ଗ୍ରହଣ କରିବ ।