ଓଡିଶା

odisha

ETV Bharat / city

Mann Ki Baat: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ମହତ୍ତ୍ବ କଥା କହିଲେ ପ୍ରଧାନମନ୍ତ୍ରୀ - ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ

ଆଜି (ରବିବାର) 90 ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ଓଡିଶା ତଥା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Mann Ki Baat
Mann Ki Baat

By

Published : Jun 26, 2022, 1:37 PM IST

ନୂଆଦିଲ୍ଲୀ:ଆଜି (ରବିବାର) 90 ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ଓଡିଶା ତଥା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବିଷୟରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରସିଦ୍ଧ ରଥଯାତ୍ରାକୁ ନେଇ ସମଗ୍ର ଦେଶ ଉତ୍ସବମୁଖର । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଦେଶକୁ ବାର୍ତ୍ତା ଦେଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଘୋଷଯାତ୍ରା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ଦିନ ପରେ ଜୁଲାଇ 1ରେ ପୁରୀରେ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ପ୍ରଭୁ ଜଗନ୍ନାଥଙ୍କ ଏହି ପ୍ରସିଦ୍ଧ ଯାତ୍ରା ବିଷୟରେ ସମସ୍ତେ ପରିଚିତ । ଏହି ଯାତ୍ରା ଅବସରରେ ପୁରୀ ଯିବାକୁ ଲୋକମାନେ ପ୍ରୟାସ କରିଥାନ୍ତି । ଖାଲି ଓଡିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଜଗନ୍ନାଥଙ୍କ ଏହି ଯାତ୍ରା ଧୁମଧାମରେ ପାଳନ କରାଯାଏ । ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ମାସ ଦ୍ବିତୀୟାରେ ହୋଇଥାଏ । ଗୁଜୁରାଟ ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରା ହୋଇଥାଏ । ଗୁଜୁରାଟରେ ଥିବା ସମୟରେ ଏହି ଯାତ୍ରାରେ ପ୍ରତିବର୍ଷ ସେବାରେ ସାମିଲ ହେବାରୁ ସୌଭାଗ୍ୟ ମିଳିଥିଲା ।

ଅହମ୍ମଦାବାଦ ହେଉ କି ପୁରୀ ଭଗବାନ ଜଗନ୍ନାଥ ଏହି ଯାତ୍ରା ଜରିଆରେ ଆମକୁ ଅନେକ ମାନବୀୟ ସନ୍ଦେଶ ଦେଇଥାନ୍ତି । ପ୍ରଭୁ ଜଗନ୍ନାଥ ଜଗତର ସ୍ବାମୀ ତାଙ୍କ ଯାତ୍ରାରେ ସବୁ ବର୍ଗର ଲୋକ ସାମିଲ ହୋଇଥାନ୍ତି । ସମାଜର ସବୁ ବର୍ଗର ଲୋକଙ୍କ ସହ ଭଗବାନ ସବୁବେଳେ ଥାଆନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପ୍ରକାଶ ଥାଉ କି, ପ୍ରତିମାସ ଶେଷ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍‌ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।

ABOUT THE AUTHOR

...view details