ଓଡିଶା

odisha

ETV Bharat / city

MANN KI BAAT: ପୁରୀର ପରିବେଶ ପ୍ରେମୀ ରାହୁଲଙ୍କୁ ମୋଦିଙ୍କ ପ୍ରଶଂସା - ମୋଦିଙ୍କ ମନ୍ କି ବାତ କାର୍ଯ୍ୟକ୍ରମ

ମନ୍ କି ବାତ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ମୋଦି । ପୁରୀର ରାହୁଲ ମହାରଣାଙ୍କ ପରିବେଶ ପ୍ରେମୀକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ପୁରୀର ପରିବେଶ ପ୍ରେମୀ ରାହୁଲଙ୍କୁ ମୋଦିଙ୍କ ପ୍ରଶଂସା
ପୁରୀର ପରିବେଶ ପ୍ରେମୀ ରାହୁଲଙ୍କୁ ମୋଦିଙ୍କ ପ୍ରଶଂସା

By

Published : Mar 27, 2022, 2:04 PM IST

Updated : Mar 28, 2022, 7:49 AM IST

ଭୁବନେଶ୍ବର:ଆଜି ୮୭ ତମ ମନ୍ କି ବାତ (Mann Ki Baat) କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ମୋଦି । ପୁରୀର ରାହୁଲ ମହାରଣାଙ୍କ ପରିବେଶ ପ୍ରୀତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ପୁରୀର ସମସ୍ତ ତୀର୍ଥସ୍ଥାନରୁ ପ୍ଲାଷ୍ଟିକ ଆବର୍ଜନା ସଫା କରି ଉଦାହରଣ ପାଲଟିଛନ୍ତି ରାହୁଲ ମହାରଣା ।

MANN KI BAAT: ପୁରୀର ପରିବେଶ ପ୍ରେମୀ ରାହୁଲଙ୍କୁ ମୋଦିଙ୍କ ପ୍ରଶଂସା

ପ୍ରତି ରବିବାର ରାହୁଲ ପୁରୀର ସମସ୍ତ ତୀର୍ଥସ୍ଥଳୀରୁ ଆବର୍ଜନା ସଫା କରନ୍ତି । ପୁରୀର ସମସ୍ତ ତୀର୍ଥସ୍ଥଳରୁ ପ୍ଲାଷ୍ଟିକ ଆବର୍ଜନାମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାହୁଲ । ବର୍ତ୍ତମାନ ସୁଦ୍ଧା ସେ ଶହ ଶହ କିଲୋ ପ୍ଲାଷ୍ଟିକ ଆବର୍ଜନା ସଫା କରିଛନ୍ତି । ରାହୁଲଙ୍କ କାର୍ଯ୍ୟ ସମସ୍ତଙ୍କୁ କିଛି କିଛି ଶିଖାଇବ ବୋଲି କହିଛନ୍ତି ମୋଦି । ନାଗରିକତା ଦୁଷ୍ଟିରୁ ଆମେ ସ୍ବାସ୍ଥ୍ୟ, ପୋଷଣ ହେଉ କି ସ୍ବଚ୍ଛତା ସମସ୍ତ ଦିଗରେ ରାହୁଲଙ୍କ ପରି କର୍ତ୍ତବ୍ୟ କରିବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ରାହୁଲଙ୍କ ବୟସ ମାତ୍ର ୨୨ ବର୍ଷ । ପ୍ରାୟ ୩ ବର୍ଷ ହେବ ଏକ ଅଭିନବ ଅଭିଯାନକୁ ଆଦରି ନେଇଛନ୍ତି ଓଡିଆ ପୁଅ ରାହୁଲ ମହାରଣା । ଉପକୂଳ ଓଡିଶାର ଲୁଣା ଜଙ୍ଗଲ ଓ ତାହାର ସମୃଦ୍ଧ ପରିସଂସ୍ଥାନକୁ ପ୍ରଦୂଷଣମୁକ୍ତ କରିବା, ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଦିଗରେ ପାଦ କାଢିଛନ୍ତି ରାହୁଲ । ତାଙ୍କର ପ୍ରୟାସ ପାଇଁ ତାଙ୍କ ସ୍ବଚ୍ଚ୍ଥଗ୍ରହୀ ବୋଲି ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।



ରାହୁଲଙ୍କ ଏହି ଦୀର୍ଘ ଦିନର ସୁରକ୍ଷା କାର୍ଯ୍ୟ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରସାରିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁ ଛୁଟିଛି । ତାଙ୍କର ଏହି କାର୍ଯ୍ୟ ପାଇଁ ସେ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି । ସେ ବହୁତ ଖୁସି ଥିବା କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ତାଙ୍କୁ ପ୍ରେରଣା ଦେବ ଓ ମୋର ଅଭିଯାନ ଆଗକୁ ଆହୁରି ସୁଗମ ହେବ ବୋଲି କହିଛନ୍ତି ରାହୁଲ ।

ପ୍ରଧାନମନ୍ତ୍ରୀଙ୍କର ଏହି ମନ କି ବାତ କାର୍ଯ୍ୟକ୍ରମ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ଅନୁଷ୍ଠିତ ହୋଇଥାଏ । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍ ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ଫେବ୍ରୁଆରୀରେ ୮୬ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ତାଞ୍ଜାନିଆ ଭାଇ ଭଉଣୀଙ୍କୁ ପ୍ରଶଂସା କରିଥିଲେ ମୋଦି । ଭାରତୀୟ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରି ମୋଦି ତାଞ୍ଜାନିଆ ଭାଇ ଭଉଣୀ କିଲି ପଲ ଓ ନିମାଙ୍କ ସମ୍ପର୍କରେ କହିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Mar 28, 2022, 7:49 AM IST

ABOUT THE AUTHOR

...view details