ଭୁବନେଶ୍ବର:ଆଗାମୀ ୫ ବର୍ଷ ମଧ୍ୟରେ ମୋଟ ୪, ୪୪୫ କୋଟି ଟଙ୍କା ବ୍ୟୟବରାଦରେ ପ୍ରଧାନମନ୍ତ୍ରୀ ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ରିଜିଓନ ଏଣ୍ଡ୍ ଆପାରେଲ (ପିଏମ ମିତ୍ର) ପାର୍କ ଓଡ଼ିଶା ସମେତ ଦେଶର ବୟନ ଶିଳ୍ପ କ୍ଷେତ୍ରକୁ ଅଧିକ ସଶକ୍ତ କରିବ ଏବଂ ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି କରିବା ସହ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ ବୋଲି ଟ୍ଵିଟ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର କ୍ୟାବିନେଟରେ ଏହାକୁ ମଞ୍ଜୁର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଦେଶରେ ବିଶ୍ବସ୍ତରୀୟ ସମନ୍ବିତ ଟେକ୍ସଟାଇଲ ଭାଲ୍ୟୁ ଚେନ୍ ସୃଷ୍ଟି କରିବା, ମେକ୍ ଇନ ଇଣ୍ଡିଆକୁ ସଦୃଢ଼ କରିବା ଏବଂ ଭାରତର ଗୌରବମୟ ହସ୍ତତନ୍ତ, ବୟନଶିଳ୍ପ ଏବଂ ବୁଣାକାର ପରମ୍ପରାକୁ ଏକ ବିଶ୍ଵ ବଜାର ଯୋଗାଇବା ପାଇଁ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୭ଟି ବୃହତ ପିଏମ ମିତ୍ର ଟେକ୍ସଟାଇଲ ପାର୍କ ସ୍ଥାପନ କରିବା ପାଇଁ ମଞ୍ଜୁର ଦେଇଛନ୍ତି ।
ପିଏମ ମିତ୍ର ପାର୍କ ପ୍ରତିଷ୍ଠା ଦ୍ଵାରା ଓଡିଶାର ବୟନ ଶିଳ୍ପର ବିକାଶ ପାଇଁ ଅପାର ସମ୍ଭାବନା ଅଣାଯାଇ ପାରିବ । ଏହି ପିଏମ ମିତ୍ର ପାର୍କ ପ୍ରତିଷ୍ଠା ହେଲେ ଓଡ଼ିଶାର ଲକ୍ଷାଧିକ ଲୋକ ରୋଜଗାର ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପିଏମ ମିତ୍ର ପାର୍କ ଇଚ୍ଛୁକ ରାଜ୍ୟ ମାନଙ୍କର ଗ୍ରୀନଫିଲଡ୍ ବ୍ରାଉନଫିଲ୍ମ ସ୍ଥାନରେ ପ୍ରତିଷ୍ଠା କରାଯିବ ମିତ୍ର ପାର୍କ । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ପ୍ରତିଷ୍ଠା ହେବ ଏବଂ ଏଥିପାଇଁ ଉକ୍ତ ରାଜ୍ୟ ସରକାର ୧୦୦୦ରୁ ଅଧିକ ପରିମିତ ଏକର ଜମି ଉପଲବ୍ଧ କରାଇବା ସହ ବୟନ ଶିଳ୍ପ ସହ ଜଡ଼ିତ ଆନୁସଙ୍ଗିକ ବ୍ୟବସ୍ଥା କରିବ ।